ପଶ୍ଚିମବଙ୍ଗର ଦୀଘାରେ ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନେଇ ବିବାଦ ଦେଖା ଦେଉଛି। ସେଠାରେ ଜଗନ୍ନାଥ ମନ୍ଦିର ହେବା ଖୁସିର କଥା । କିନ୍ତୁ ଜଗନ୍ନାଥ ଧାମ ନାମକରଣ କରିବା ଓ ବ୍ରହ୍ମ ସ୍ଥାପନକୁ ନେଇ ପୁରୀରେ ସେବାୟତମାନେ ତୀବ୍ର ବିରୋଧ କରିଛନ୍ତି।ଭାରତର ଚାରି ଧାମ ମଧ୍ୟରୁ ଅନ୍ୟତମ ତଥା ଶ୍ରେଷ୍ଠ ଧାମ ହେଉଛି ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ। ଏଠାରେ ହିଁ ଦାରୁବ୍ରହ୍ମ ପୂଜା ପାଉଛନ୍ତି। କିନ୍ତୁ ଏବେ ଦୀଘାରେ ନୂତନ ଭାବେ ପ୍ରତିଷ୍ଠିତ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ବିବାଦ ଦେଖାଦେଇଛି। ଦୀଘା ଜଗନ୍ନାଥ ମନ୍ଦିର ଏକ ଦର୍ଶନୀୟ ଓ ପର୍ଯ୍ୟଟନସ୍ଥଳୀ ହୋଇପାରେ କିନ୍ତୁ କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ। ଜଗନ୍ନାଥ ଧାମ ନାମକରଣ ଏକ ଚକ୍ରାନ୍ତ ବୋଲି ଅଭିଯୋଗ ହୋଇଛି। ଏଥିସହ ପ୍ରସ୍ତର ମୂର୍ତ୍ତି ବା ପଥର ବା ପାଷାଣ ମୂର୍ତ୍ତି ସ୍ଥାପିତ ହୋଇପାରିବ ନାହିଁ ବୋଲି ବରିଷ୍ଠ ସେବାୟତ କହିଛନ୍ତି।ଅନ୍ୟପଟେ ଦୀଘା ମନ୍ଦିରରେ ବିରାଜିତ ଚତୁର୍ଦ୍ଧାବିଗ୍ରହଙ୍କ କୌଣସି ବେଶ ନକରିବାକୁ ଓ ସେଠାକୁ ନଯିବାକୁ ପୁଷ୍ପାଳକ ନିଯୋଗ ପକ୍ଷରୁ ମଧ୍ୟ କୁହାଯାଇଛି।