ଦୀପାବଳିରେ ଏକ ନମ୍ବର ହାଟ ଫୁଟପାଥରୁ ଦୀପ, ସଳିତା ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ କିଣିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନରେ ଆସି ରାଇସୁଆଁ ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇ ସ୍ବାଗତ କରାଯାଇଛି। ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଅନୁସାରେ ଦୀପାବଳିରେ ସାନ୍ତାଳୀ ମାନଙ୍କ ବଡ଼ ପର୍ବ ସୋହରାଇ ପୂଜାରେ ସାମିଲ ହେବେ ଦୀପାବଳିରେ ସୋହରାଇ ପୂଜା କରିଥାନ୍ତି ଆଦିବାସୀ । ମୁଖ୍ୟମନ୍ତ୍ରୀ ମଧ୍ୟ ଗାଁରେ ଏହି ପୂଜାରେ ସାମିଲ ହେବେ ।ସେହିପରି କୁଡ଼ୁମୀ ସମ୍ପ୍ରଦାୟର ହାତୀ ଲେଖେନ ପର୍ବରେ ସାମିଲ ହେବେ ବୋଲି ତାଙ୍କ ସହିତ ଯାଇଥିବା ଏମ୍‌ପି ଅନନ୍ତ ନାୟକ କହିଛନ୍ତି।ଭୁବନେଶ୍ବରର ଏକ ନମ୍ବର ହାଟ ପାଖରେ ଥିବା ରାଜ ରାସ୍ତାର ଫୁଟ ପାଥରେ ଅନେକ ଦୋକାନୀ ସେମାନଙ୍କ ଜିନିଷ ବିକନ୍ତି। ତେବେ ମୋହନ ଚରଣ ମାଝୀ ରାଜଧାନୀ ୧ ନମ୍ବର ହାଟକୁ ଯାଇ କିଣାକିଣି କରିଥିଲେ । ମୁଖ୍ୟମନ୍ତ୍ରୀ ସପତ୍ନୀକ ୧ ନମ୍ବର ହାଟକୁ ଯାଇ ଫୁଟପାଥ୍ ଉଠା ଦୋକାନୀଙ୍କ ଠୁ ପୂଜା ସାମଗ୍ରୀ କିଣାକିଣି କରିଥିଲେ । ମୁଖ୍ୟମନ୍ତ୍ରୀ ଆଖୁ, ବାଳୁଙ୍ଗା, ଶୁଆଁ ନଟି, ଦୀପ, ଜଡ଼ାତେଲ, ନଡ଼ିଆ, ରଙ୍ଗୋଲି କିଣିଥିଲେ । ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଦୋକାନରେ ପାଇ ଖୁସି ବ୍ୟକ୍ତ କରି ଦୋକାନୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ କେବେ ଆଗରୁ ଦେଖି ନଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସେମାନଙ୍କ ବ୍ୟବସାୟ ସମ୍ପର୍କରେ ପଚାରିବା ସହ ଦୋକାନ ସମ୍ମୁଖ ସଫା ସୁତୁରା ରଖିବାକୁ ପରାମର୍ଶ ଦେଇଥିଲେ ।

ଅଧିକ ପଢନ୍ତୁ