ଦୀପାବଳି ଓ ପୟାଶ୍ରାଦ୍ଧ ଦ୍ଵନ୍ଦ୍ଵକୁ ଦୂର କଲେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ମହାସଭା

ପୟାଶ୍ରାଦ୍ଧକୁ ନେଇ ଦୂର ହେଲା ଦ୍ଵନ୍ଦ୍ଵ। ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଦିଆଗଲା ସ୍ପଷ୍ଟୀକରଣ। ୨୦ ନା ୨୧ ତାରିଖ ନେଇ ଦ୍ଵନ୍ଦ୍ଵ ଥିଲା । ତେବେ ୨୦ ତାରିଖ ଦୀପାବଳିରେ ହେବ ପୟାଶ୍ରାଦ୍ଧ ଦୀପାବଳି ଅମାବାସ୍ୟାର ଦ୍ୱନ୍ଦ୍ୱ ଦୂରୀକରଣ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ କରିଛନ୍ତି ।୨୦ ତାରିଖ ଅପରାହ୍ନ ୩ଟା ୨୩ରୁ ପୟାଶ୍ରାଦ୍ଧ, ଦୀପାବଳି ପାଳନ। ୨୧ରେ ପାଳନ କରନ୍ତୁ ନାହିଁ, ଏହା ଶାସ୍ତ୍ର ବିରୋଧୀ ହେବ ବୋଲି ମୁକ୍ତି ପଣ୍ଡିତ ମହାସଭା କହିଛି। ସେହିଦିନ ସରକାରୀ ଛୁଟି ଘୋଷଣା ପାଇଁ ମୁକ୍ତିମଣ୍ଡପ ଦାବି କରିଛି । ଗୋଟିଏ ପର୍ବର ଦୁଇଟି ତାରିଖ ନେଇ ଦ୍ଵନ୍ଦ୍ଵ ଦେଖାଯାଇଥିଲା। ୨୧ ତାରିଖରେ ପୟାଶ୍ରାଦ୍ଧ ଓ ଦୀପଦାନ ବୋଲି ଅନେକ ପଞ୍ଜିକାରେ ଉଲ୍ଲେଖ ରହିଛି। ୨୧ ତାରିଖ ଦୀପାବଳି ପାଇଁ ସରକାରୀ ଛୁଟି ରହିଛି ।

ଅଧିକ ପଢନ୍ତୁ

Odisha Darpan Digital