ଦୀପାବଳି ପୂର୍ବରୁ ବେଆଇନ ବାଣ କାରାବରୀଙ୍କ ଘରେ ଚଢ଼ାଉ

ବେଆଇନ ବାଣ କାରବାର ଚାଲିଥିବା ବେଳେ ସାଲେପୁର ପୋଲିସ ଚଢ଼ାଉ କରିଛି । ଚଢାଉ ବେଳେ ବିପୁଳ ପରିମାଣର ବେଆଇନ ବାଣ ସହ ବାରୁଦ ଓ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି । କଟକ ଜିଲ୍ଲା ସାଲେପୁର ଆଦର୍ଶ ଥାନା ବୋଦାମୁଣ୍ଡାଇ ଗ୍ରାମରେ ଏଭଳି ଚଢାଉ କରିଛି । କୌଣସି ସୂତ୍ରରୁ ଖବର ପାଇ ସାଲେପୁର ଆଦର୍ଶ ଥାନା ପୋଲିସ ବୋଦାମୁଣ୍ଡାଇ ଗ୍ରାମର ଗଙ୍ଗାଧର ବେହେରା ଘର ଉପରେ ଚଡାଉକରି ବିପୁଳ ପରିମାଣର ବେଆଇନ ବାଣ ସହ ବାରୁଦ ଓ ବାଣ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିଛି । ବିନା ଲାଇସେନ୍ସରେ ସେସବୁ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ତାଳଫୋଟକ, ଗଡମା, ସୁତୁଲି ଗଡମା ଓ ବାଣ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ବିସ୍ଫୋରକ ସାମଗ୍ରୀକୁ ଜବତ କରିଛି ପୋଲିସ । ସେହିଭଳି ଦୀପାବଳି ପାଇଁ ନିଜ ଗୋଦାମରେ ବିପୁଳ ପରିମାଣର ବାଣ ଗଚ୍ଛିତ କରି ରଖିଥିଲେ। ଯାହାର ଅନୁମାନିକ ମୂଲ୍ୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ହେଲେ ଏଥିପାଇଁ ପୁଲିସ୍‌ ଓ ଅଗ୍ନିଶମ ବିଭାଗ ପାଖରୁ କୌଣସି ଅନୁମତି ନେଇନଥିଲେ। ନବରଙ୍ଗପୁର ଜିଲ୍ଲା ପୁଲିସ୍‌ ଅଚାନକ ଚଢ଼ଉ କରି ସବୁ ବାଣ ଜବତ କରିଛି।

ଦୀପାବଳି ପାଇଁ ଖାତିଗୁଡା ଗାଁର ଯୁବ ବ୍ୟବସାୟୀ ସୁରଜ କିଷାନ ମହାନ୍ତି ବହୁ ବାଣ ଗଚ୍ଛିତ କରି ରଖିଥିଲେ। ଯେଉଁଥିରେ ରହିଛି ରକେଟ, ଝୁରୁଝୁରି, ମରିଚ ବାଣ, ସୁତା ବାଣ, ଟାଇଗର, ବମ୍ବ ଭଳି ଭୟଙ୍କର ବାଣ। ସେ ସେଠାରେ ବିକ୍ରି ମଧ୍ୟ କରୁଥିଲେ। ତେବେ ଏଥିପାଇଁ ସେ ପ୍ରଶାସନଠାରୁ ଅନୁମତି ନେଇନଥିଲେ। ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ୍‌ ଅଚାନକ ସେହି ଗୋଦାମରେ ଚଢ଼ଉ କରିଥିଲା।

ଅଧିକ ପଢନ୍ତୁ