ଦୀପ ନିଆଁ ଲାଗି ମହିଳା ଗୁରୁତର । ମଞ୍ଚେଶ୍ୱର ଥାନା ସତ୍ୟ ବିହାର ଘଟିଛି ଅଘଟଣ । ତ୍ର୍ୟମ୍ବକେଶ୍ୱର ମନ୍ଦିରରେ ଆଜି ସଂକ୍ରାନ୍ତିରେ ମହିଳା ମନ୍ଦିର ଦର୍ଶନ କରି ଦୀପ ଲଗାଇବା ବେଳେ ଘଟିଛି ଅଘଟଣ । ଜଳି ସାରିଥିବା ଦୀପ ନିଆଁ ଗଦାରୁ ନିଆଁ ଲାଗି ମହିଳାଙ୍କ ଶାଢିରେ ନିଆଁ ବ୍ୟାପିଥିଲା । ଫଳରେ ମହିଳାଙ୍କ ଶରିର 50 % ପୋଡି ଯାଇଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
