ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ବିରାଟ କୋହଲି ଖେଳିବେ ରଣଜୀ ଟ୍ରଫି । ତାଙ୍କୁ ଦେଖିବାକୁ ଅଗଣତି ଲୋକଭିଡ଼ ।

ଆଜିଠାରୁ ଆରମ୍ଭ ହେଉଛି ରଣଜୀ ଟ୍ରଫି ୨୦୨୪-୨୫ । ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ ଟିମ୍ ଏବଂ ରେଳବାଇ ଟିମ୍ ମଧ୍ୟରେ ମୁକାବିଲା ହେବ ।ଦିଲ୍ଲୀ କ୍ରିକେଟ ଟିମରେ କେହଲିଙ୍କ ଉପସ୍ଥିତିି ଉତ୍ସାହର ମାହୋଲ ସୃଷ୍ଟି କରିଛି । ବିଶେଷ କରି ଯୁବ ଖେଳାଳିମାନେ ତାଙ୍କ ସହ ଖେଳି ପ୍ରେରିତ ହେବେ ବୋଲି ଆଶା ରହିଛିାନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ବାହାରେ ବିରାଟଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ସହ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଶଂସକମାନେ ସେମାନଙ୍କର ପ୍ରିୟ ତାରକାଙ୍କୁ ଦେଖିବା ପାଇଁ ଉତ୍ସାହିତ ଥିଲେ ଏବଂ ବହୁ ସଂଖ୍ୟାରେ ସେ ସ୍ଥାନକୁ ଆସିଥିଲେ।

କିନ୍ତୁ ପ୍ରବଳ ଲୋକ ଭିଡ଼ ‌ହେତୁ ପ୍ରଶଂସକମାନେ ଆହତ ହେବା ସହିତ ସ୍ଥାନ ବାହାରେ ପରିସ୍ଥିତି ବିଶୃଙ୍ଖଳିତ ହୋଇଯାଇଛି। ଗେଟ୍ ୧୬ ବାହାରେ ଏଭଳି ପରିସ୍ଥିତି ଉପୁଜିଥିବା ସୂଚନା ରହିଛି। ଫାଟକ ପାଖରେ କିଛି ପ୍ରଶଂସକ ଆହତ ହୋଇ ତଳ ପଡ଼ି ଯାଇଛନ୍ତି। କୋହଲିଙ୍କ ଖରାପ ଫର୍ମ ପାଇଁ ନିଜ ପୂର୍ବ ଫର୍ମକୁ ଫେରିବାକୁ ପ୍ରୟାସ ଦିଗରେ ଏହି ମୁକାବିଲାରେ ନଜର ଆସିବେ । କୁହାଯାଉଛି ବିରାଟଙ୍କ ପାଇଁ ଏହି ମ୍ୟାଚକୁ ଦର୍ଶକ ଫ୍ରିରେ ଦେଖିପାରିବେ । ତେଣୁ ବିରାଟଙ୍କ ପାଇଁ ସୁରକ୍ଷା ବଢାଇ ଦିଆଯାଇଛି । ବିରାଟ ଶେଷ ଥର ପାଇଁ ୨୦୧୨ରେ ରଣଜୀ ଖେଳିଥିଲେ । ତେବେ ୧୩ ବର୍ଷ ପରେ ବିରାଟ କୋହଲି ରଣଜୀ ଖେଳିବାକୁ ଓହ୍ଲାଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital