ପ୍ରାୟ ୨୯ ମିନିଟ୍ ୩ ସେକେଣ୍ଡ ପାଇଁ ପାଣିରେ ରହି ଗୋଟିଏ ସ୍ବତନ୍ତ୍ର ରେକର୍ଡ ତିଆରି କରିଛନ୍ତି କ୍ରୋଏସିଆର ବାସିନ୍ଦା ଭିଟୋମିର ମାରସିକ୍ । ପେଶାରେ ଜଣେ ସେ ଫ୍ରିଡାଇଭର । ତାଙ୍କର ଏଭଳି କାର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ।ମାରିଚିକ୍ ଏକ ପୁଲ ଭିତରେ ଶୋଇ ଶେଷ ଥର ପାଇଁ ନିଶ୍ୱାସ ନେଇଥିଲେ । କିନ୍ତୁ ପରେ ପ୍ରାୟ ୨୯ ମିନିଟ୍ ୩ ସେକେଣ୍ଡ ପାଇଁ ସେ ହଲଚଲ ହୋଇ ନଥିଲେ । ଯେତେବେଳେ ସେ ବାହାରକୁ ଆସିଲେ, ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ଏହାକୁ ବିଶ୍ୱର ସବୁଠାରୁ ଦୀର୍ଘ ସ୍ୱେଚ୍ଛାକୃତ ନିଶ୍ୱାସ ଭାବରେ ଘୋଷଣା କଲା । ପୂର୍ବ ରେକର୍ଡ ଏହାଠାରୁ ପ୍ରାୟ ୫ ମିନିଟ୍ କମ୍ ଥିଲା । ତାଙ୍କର ଏଭଳି କାର୍ଯ୍ୟ ପୁରୁଣା ଖେଳାଳିଙ୍କୁ ଏକ ବଡ଼ ଝଟକା ଦେଇଥିଲା ।ଯଦି ମାରଚିଚଙ୍କ କୌଶଳ ବ୍ୟବହାର କଥା କୁହାଯାଏ ତେବେ ସେ ରେକର୍ଡ କରିବା ପୂର୍ବରୁ ୧୦ ମିନିଟ୍ ପାଇଁ ଅକ୍ସିଜେନ୍ ନେଇଥିଲେ । ଫଳରେ ତାଙ୍କ ରକ୍ତରେ ଅକ୍ସିଜେନର ଷ୍ଟକ୍ ବଢିଥିଲା । ଏହିପରି ଭାବେ ସେ ଧୀରେ ଧୀରେ ଅକ୍ସିଜେନକୁ ଗ୍ରହଣ କରିଥିଲେ ଯେଉଁଥି ପାଇଁ ୨୯ ମିନିଟ୍ ପର୍ଯ୍ୟନ୍ତ ପାଣିରେ ରହିପାରିଥିଲେ । ତାଙ୍କ ଶରୀରରେ ପ୍ରାୟ ୫ ଗୁଣ ଅଧିକ ଅକ୍ସିଜେନ୍ ଥିଲା ବୋଲି ବିଶେଷଜ୍ଞ କହିଛନ୍ତି । ସାଧାରଣ ବାୟୁରେ, ସେ ୧୦ ମିନିଟ୍ ୮ ସେକେଣ୍ଡ ପାଇଁ ତାଙ୍କ ନିଶ୍ୱାସକୁ ବନ୍ଦ କରି ରଖିପାରିବେ ।
