ପୁରୀରୁ ଯାଇ ବାଂଲାଦେଶରେ ଫସିଛନ୍ତି ୨୧ ବର୍ଷର ଆରବୀ । ବାଂଲାଦେଶରେ ଇସଲାମ୍ ଧର୍ମ ଗ୍ରହଣ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିବା ଆରବୀ ଫୋନ୍ ଯୋଗେ ମାଆ ଅଞ୍ଜଳି ପରିଡ଼ାଙ୍କୁ କହିଛନ୍ତି । ଇସଲାମ୍ ଧର୍ମ ଗ୍ରହଣ ନ କଲେ ଝିଅକୁ ମାରିଦେବେ, ଶୀଘ୍ର ଉଦ୍ଧାର ପାଇଁ ପୁରୀ ଏସ୍ପିଙ୍କ ନିକଟରେ ଗୁହାରି କରିଛନ୍ତି ଆରବୀଙ୍କ ମାଆ ।ବେଙ୍ଗଲି ବୋଲି କହି ଆପ ଜରିଆରେ ଝିଅକୁ ପ୍ରେମରେ ଫସାଇ ଥିଲେ । ପରେ ପଶ୍ଚିମବଙ୍ଗରୁ ବାଙ୍ଗଳାଦେଶରେ ନେଇ ରଖିଥିବା ଅଭିଯୋଗ । ସବୀର ନାମକ ଯୁବକ ଏଭଳି କରିଥିବା ଅଭିଯୋଗ ହୋଇଛି ।
ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ପୁରୀ ଜିଲ୍ଲା ପୋଲିସ ପ୍ରଶାସନ। ସ୍ପେଶାଲ ବ୍ରାଞ୍ଚ ମାଧ୍ୟମରେ ହାଇ କମିଶନରଙ୍କ ସହଯୋଗରେ ପୀଡ଼ିତାଙ୍କୁ ଉଦ୍ଧାର କରିବା ପାଇଁ ପୁରୀ ପୋଲିସ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ପୁରୀ ଏସପି ପ୍ରତୀକ ସିଂହ କହିଛନ୍ତି । ଗତ ୨୭ନଭେମ୍ବର ୨୦୨୧ରେ ଝିଅ ନିଖୋଜ ହୋଇଥିବା ନେଇ ଏକ ଏତଲା ଦାୟର କରିଥିଲେ ବୋଲି ଝିଅର ମାଆ କହିଛନ୍ତି ।
