ଦୁଇ ଗୋ-ମାଂସ ବେପାରୀଙ୍କ ମୁହଁ-ଦେହରେ ଗୋବର ବୋଳିଲେ ଉତ୍ତ୍ୟକ୍ତ ଲୋକେ

ମହଙ୍ଗା ପଡିଲା ଗୋମାଂସ ବିକ୍ରି କରିବା । ଦୁଇ ବ୍ୟବସାୟୀଙ୍କୁ ଧରି ନିର୍ଧୁମ ଛେଚିଲେ ଉତ୍ତ୍ୟକ୍ତ ଲୋକେ । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗୋମାଂସ ବେପାରୀ ପିତାମ୍ବର ମୁଖୀ ଓ ସୁନାରାମ ମୁର୍ମୁ ୩୮ କେଜି ଗୋମାଂସ ବାଇକ ଯୋଗେ ନେଉଥିବାବେଳେ କାବୁ କରିଥିଲେ ବଜରଙ୍ଗ ସେନାର ସଦସ୍ୟ । ଘଟଣାସ୍ଥଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଗୋମାଂସ ବେପାରୀଙ୍କ ବାଇକକୁ ଭାଙ୍ଗିଥିଲେ ଉତ୍ତ୍ୟକ୍ତ ଲୋକେ ।। ଗୋ-ମାଂସ ବେପାରୀଙ୍କ ଏକ ବାଇକ୍‌କୁ ସ୍ଥାନୀୟ ଲୋକେ ଭାଙ୍ଗିଦେଇଥିଲେ l ଦୁଇ ବେପାରୀଙ୍କ ପ୍ୟାଣ୍ଟ-ସାର୍ଟ ଖୋଲି ମୁହଁ ଓ ଦେହରେ ଗୋବର ବୋଳି ଖାଲି ପାଦରେ ଚଲାଇ ଚଲାଇ ଶୀର୍ଷାପାଳ ଛକକୁ ନେଇଥିଲେ l ଘଟଣାସ୍ଥଳରେ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ଉକ୍ତ ଦୁଇ ଜଣ ବେପାରୀଙ୍କୁ ମୋରଡା ଥାନାକୁ ନିଆଯାଇଛି l

ସୂଚନାଯୋଗ୍ୟ ଯେ, ପ୍ରତି ମଙ୍ଗଳବାର ଦିନ ବାରମାଇଲ ହାଟ ନିକଟ କେନାଲ ରାସ୍ତାରେ ଏମାନେ କେଜି ପିଛା ୧୫୦ ଟଙ୍କାରେ ଗୋ ମାଂସ ବିକ୍ରି କରନ୍ତି ବୋଲି ଜଣାପଡିଛି l

ଅଧିକ ପଢନ୍ତୁ

kc ads