ଦୁଇ ଦଶନ୍ଧି ଧରି ଥିଲେ ଫେରାର୍; ଗିରଫ ହେଲେ ପଳାତକ ମୋନିକା କପୁର

CBIକୁ ମିଳିଛି ବଡ଼ ସଫଳତା। ଗିରଫ ହେଲେ ଦୁଇ ଦଶନ୍ଧି ଧରି ଫେରାର୍ ଥିବା ମୋନିକା କପୁର । ଆର୍ଥିକ ହେରଫେର୍ ମାମଲାରେ ଅଭିଯୁକ୍ତ ମୋନିକା କପୁରଙ୍କୁ ଆମେରିକାରେ ଗିରଫ କରାଯାଇଛି। ଏବେ ତାଙ୍କୁ ଭାରତ ପ୍ରତ୍ୟପର୍ଣ କରାଯାଇଛି । ସୂଚନା ଅନୁସାରେ, ୧୯୯୯ ମସିହାରେ ମୋନିକା ଓ ତାଙ୍କ ଦୁଇ ଭାଇଙ୍କ ସହ ମିଳିତ ଭାବେ ଗହଣା ବ୍ୟବସାୟ ପାଇଁ ନକଲି କାଗଜପତ୍ର ତିଆରି କରି ଭାରତ ସରକାରଙ୍କଠାରୁ ଡ୍ୟୁଟି ମୁକ୍ତ କଞ୍ଚାମାଲ ଆମଦାନୀ କରିଥିଲେ, ଯାହା ଦ୍ୱାରା ସରକାରଙ୍କୁ ୧ କୋଟି ୪୪ ଲକ୍ଷରୁ ଅଧିକ କ୍ଷତି ହୋଇଥିଲା । ୨୦୧୦ ମସିହାରେ ଭାରତ ଆମେରିକାକୁ ମୋନିକାଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଥିଲା । ନ୍ୟୁୟର୍କର ଇସ୍ଟର୍ନ ଡିଷ୍ଟ୍ରିକ୍ଟ କୋର୍ଟ ଭାରତ-ଆମେରିକା ପ୍ରତ୍ୟର୍ପଣ ଚୁକ୍ତି ଅଧୀନରେ ତାଙ୍କ ପ୍ରତ୍ୟର୍ପଣକୁ ଅନୁମୋଦନ କରିଛି । ଶେଷରେ CBI ମୋନିକା କପୁରଙ୍କୁ ଭାରତ ଫେରାଇ ଆଣିବାରେ ସକ୍ଷମ ହୋଇଛି। ବର୍ତ୍ତମାନ ତାଙ୍କୁ କୋର୍ଟରେ ହାଜର କରାଯାଇଛି ଏବଂ ଖୁବ୍ ଶୀଘ୍ର ତାଙ୍କ ବିରୁଦ୍ଧରେ ବିଚାର କରାଯିବ।

ଅଧିକ ପଢନ୍ତୁ

Odisha Darpan Digital