ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦିଲ୍ଲୀ ଫେରିଗଲେ

ଓଡିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୁଇ ଦିନିଆ ଓଡିଶା ଗସ୍ତର ଆଜି ହେଉଛି ଦ୍ଵିତୀୟ ଦିନ। ଆଜି ରାଷ୍ଟ୍ରପତି କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଅତିଥିଭାବେ ଯୋଗ ଦେଇ ନିଜ ସମ୍ବୋଧନରେ ରଖିଛନ୍ତି। ରେଭେନ୍ସା ଅନୁଭୂତି ନେଇ ନିଜ ମତ ରଖିଛନ୍ତି। ଏବଂ କହିଛନ୍ତି ମୋ ଝିଅ ଏଠାରେ ଦୁଇ ବର୍ଷ ପାଠ ପଢିବା ସମୟରେ ମୁଁ ହଷ୍ଟେଲକୁ ଆସିଥିଲି। ଏହା କେବଳ ଇଟା ସିମେଣ୍ଠରେ ଗଢା ନୁହେଁ , ଏହା ଏକ ଶାଳ ଗ୍ରାମ।ଏହି ଅନୁଷ୍ଠାନ ଭାରତ ଇତିହାସ ସହ ଯୋଡି ହୋଇରହିଛି। ସେହିପରି ମଧୁବାବୁଙ୍କ ଜୋତା କାରଖାନାର ଉଦାହରଣ ମଧ୍ୟ ଦେଇଛନ୍ତି ।  ଚାକିରି ପାଇଁ ନୁହେଁ  ଚାକିରି  ଦେବାକୁ ଉଦ୍ୟମ କରନ୍ତୁ  ।  ରେଭେନ୍ସା ଏକ ପୁରୁଣା ଅନୁଷ୍ଠାନ ହେଲେ ପୁରୁଣାକାଳିଆ ନୁହେଁ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରେଭେନ୍ସା ସମାବର୍ତ୍ତନ ଉତ୍ସବ ପରେ ରେଭେନ୍ସା ବାଲିକା ଉଚ୍ଚବିଦ୍ୟାଳୟର ୩ଟି ଅଟ୍ଟାଳିକାର ପୁର୍ନବିନ୍ୟାସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହାପରେ ଆଦିକବି ସାରଳା ଦାସଙ୍କ ଜନ୍ମବାର୍ଷିକୀ ସମାରୋହରେ ଯୋଗ ଦେଇ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ କରିଛନ୍ତି । ଏହାପରେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯାଇଛନ୍ତି ରାଷ୍ଟ୍ରପତି ।

ଅଧିକ ପଢନ୍ତୁ

kc ads