ରବିବାର ପବିତ୍ର ମାଘ ସପ୍ତମୀ ବୁଡ। ଶନିବାର ରାତି ୪ଟା୪୧ରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବା ପାଇଁ ଶନିବାର ଅପରାହ୍ନରୁ ଚନ୍ଦ୍ରଭାଗା ମେଳା ପଡ଼ିଆ ଓ ବେଳାଭୂମିରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି। ଏହି ଦିନ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୋଇ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁମାନଙ୍କର ବିଶ୍ଵାସ ରହିଛି। ତେବେ ପବିତ୍ର ମାଘ ବୁଡ଼ ପାଇଁ ଦୁଇ ଦିନ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ । ଆଜି ଓ ଆସନ୍ତା କାଲି ବିନା ପ୍ରବେଶ ଶୁଳ୍କରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବେ ଦେଶ ବିଦେଶ ର ପର୍ଯ୍ୟଟକ । ବିଜ୍ଞପ୍ତି ଜାରି କରିଛନ୍ତି ଆର୍କୋଲୋଜିକାଲ ଅଫ ଇଣ୍ଡିଆ ।
