ଦୁଇ ଦିନ ପୂର୍ବରୁ ପଦୋନ୍ନତି ଦେଇଥିଲେ ରାଜ୍ୟ ସରକାର, ଧରିପକାଇଲା ଭିଜିଲାନ୍ସ

ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ହେଉଛନ୍ତି ଜଣେ ଏଭଳି ସ୍ବଭାବର ବ୍ୟକ୍ତି, ଯିଏକି ତାଙ୍କର ଚାକିରି ଜୀବନରେ ୮୫ଟି ପ୍ଲଟ ଅକ୍ତିଆର କରିସାରିଛନ୍ତି। ଭିଜିଲାନ୍ସର ଚଢ଼ାଉ ପରେ ଏହା ଜଣାପଡ଼ିଛି।ଏକ ପାଞ୍ଚ ମହଲା କୋଠା, ମାର୍କେଟ କଂପ୍ଲେକ୍ସ ଠାବ ହୋଇଛି। ୧୧ ଲକ୍ଷ ଟଙ୍କା, ୨୧୮ ଗ୍ରାମ ସୁନା, ଗୋଟିଏ କାର୍‌ ଠାବ କରାଯାଇଛି। ବାଲେଶ୍ୱରର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିବା ସୂଚନାରୁ ମିଳିଛି।
ଯନ୍ତ୍ରୀଙ୍କ ଆଖି ଖୋସି ହୋଇଯିବା ପରି ସମ୍ପତ୍ତି ଠୁଳ କରିଛନ୍ତି।

ଓଡ଼ିଶା ସାଙ୍ଗକୁ ପଶ୍ଚିମବଙ୍ଗରେ ବି ତାଙ୍କର ପ୍ଲଟ ରହିଛି। କେବଳ ଗୋଟିଏ ଦୁଇଟି ପ୍ଲଟ ନୁହେଁ ମାଳମାଳ ଫ୍ଲାଟ ଓ ଘର ରହିଛି। ଶ୍ରୀ ପ୍ରଧାନଙ୍କ ଘର ଜଳେଶ୍ଵର ହୋଇଥିବା ବେଳେ ସେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ୨୦୨୧ ମସିହାରୁ କାର୍ଯ୍ୟରତ ଥିଲେ। ଦୁଇ ଦିନ ତଳେ ସରକାର ତାଙ୍କୁ ସହକାରୀ ମୁଖ୍ୟ ଯନ୍ତ୍ରୀ ଭାବେ ମଧ୍ୟ ପଦୋନ୍ନତି ଦେଇଛନ୍ତି। କେନ୍ଦୁଝରରେ ସେ ଯୋଗଦେବାକୁ ଥିବାବେଳେ ତାଙ୍କ ଉପରେ ଏହି ଚଢ଼ଉ ସାଧାରଣରେ ଆଲୋଚନାର ବିଷୟ ହୋଇଛି।

ଅଧିକ ପଢନ୍ତୁ

Odisha Darpan Digital