ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିଲେ ଜେଲ, ସମୟ ପୂର୍ବରୁ କାହିଁକି ଚାକିରି ଛାଡ଼ିଲେ ଏହି IRS ଅଧିକାରୀ ?

ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀ କପିଲ ରାଜ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ୧୬ ବର୍ଷ ସେବା କରିବା ପରେ ସେ ଇସ୍ତଫା ଦେଇଛନ୍ତି କପିଲ ରାଜ । କପିଲ ରାଜ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୨ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଜେଲ ପଠାଇଥିଲେ। ଭାରତୀୟ ରାଜସ୍ବ ସେବା (IRS)ର ୨୦୦୯ ବ୍ୟାଚ ଅଧିକାରୀ କପିଲ ରାଜ ପ୍ରାୟ ୧୬ ବର୍ଷ ସେବା ପରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ଆଦେଶରେ କୁହାଯାଇଛି ଯେ, ଭାରତର ରାଷ୍ଟ୍ରପତି ଜୁଲାଇ ୧୭ରୁ ଭାରତୀୟ ରାଜସ୍ବ ସେବା (ସୀମା ଏବଂ ପରୋକ୍ଷ କର)ରୁ ତାଙ୍କ ଇସ୍ତଫା ଗ୍ରହଣ କରିବେ।ରିପୋର୍ଟରେ ଆହୁରି କୁହାଯାଇଛି ଯେ ପୂର୍ବତନ ଆଇଆରଏସ ଅଧିକାରୀ ଚାକିରିରୁ ଇସ୍ତଫା ଦେବା ପାଇଁ “ବ୍ୟକ୍ତିଗତ କାରଣ” ଦର୍ଶାଇଛନ୍ତି।ତାଙ୍କର ଚାକିରିରେ ପ୍ରାୟ ୧୫ ବର୍ଷ ବାକି ଥିଲା। କିନ୍ତୁ, ୧୫ ବର୍ଷ ବାକି ଥିବା ସତ୍ତ୍ୱେ, ସେ ବ୍ୟକ୍ତିଗତ କାରଣ ଦର୍ଶାଇ ପଦବୀରୁ ଇସ୍ତଫା ଦେଇଛନ୍ତି।କପିଲ ରାଜ ଗତ ବର୍ଷ ଜାନୁଆରୀରେ ରାଞ୍ଚିରେ ଏକ କଥିତ ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲେ ।

ପରେ ମାର୍ଚ୍ଚରେ, ଯେତେବେଳେ ଇଡି ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସରକାରୀ ବଙ୍ଗଳାରେ ଚଢାଉ କରିଥିଲା, କପିଲ ରାଜ ତାଙ୍କ ଫ୍ଲାଗ୍ ଷ୍ଟାଫ୍ ରୋଡ୍ ବାସଭବନରେ ପହଞ୍ଚିଥିଲେ। ୨୧ ମାର୍ଚ୍ଚରେ କେଜରିୱାଲଙ୍କୁ ଗିରଫ କରାଯାଇଥିଲା ଏବଂ ଗିରଫ ମେମୋ ପ୍ରସ୍ତୁତ କରି ଆପ ସୁପ୍ରିମୋଙ୍କୁ ହସ୍ତାନ୍ତର କରାଯିବା ସମୟରେ କପିଲ ରାଜ ଉପସ୍ଥିତ ଥିଲେ ।ମୁମ୍ବାଇରେ ପୋଷ୍ଟିଂ ସମୟରେ, କପିଲ ରାଜ୍ DHFL ଏବଂ ଇକବାଲ ମିର୍ଚି ମାମଲା ବ୍ୟତୀତ ହୀରା ବ୍ୟବସାୟୀ ନୀରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ମାମଲାଗୁଡ଼ିକର ମଧ୍ୟ ତଦନ୍ତ କରିଥିଲେ।କପିଲ ରାଜ ପ୍ରାୟ ୮ ବର୍ଷ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରେ କାର୍ଯ୍ୟ କରିଥିଲେ। ସମ୍ପ୍ରତି। ଇସ୍ତଫା ଦେବା ପୂର୍ବରୁ, ସେ ଦିଲ୍ଲୀର GST ଇଣ୍ଟେଲିଜେନ୍ସ ୱିଙ୍ଗରେ ଅତିରିକ୍ତ କମିଶନର ଭାବରେ ନିଯୁକ୍ତି ପାଇଥିଲେ।

ଅଧିକ ପଢନ୍ତୁ

kc ads