ଦୁର୍ଘଟଣାରେ ମୃତ ଯୁବକଙ୍କ ଅଙ୍ଗଦାନ କଲେ ପରିବାର ।

ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ରେଗେଡା ଗ୍ରାମର ଯୁବକ ଦିଲୀପ ମାଣ୍ଡାଙ୍ଗି ଦୁର୍ଘଟଣାର ଶିକାର ହୋଇ ସ୍ଥାନୀୟ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଆନ୍ଧ୍ର ଶ୍ରୀକାକୁଲମର ଜେମ୍ସ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ।ତେବେ ସେଠାରୁ ଡାକ୍ତର ତାଙ୍କର ବ୍ରେନ ଡେଡ୍ ଘୋଷଣା କରିଥିଲେ ଡାକ୍ତର । ମୃତ୍ୟୁ ହୋଇଥିବା ଜାଣିବା ପରେ ବାପା ସତ୍ୟ ମାଣ୍ଡାଙ୍ଗୀ ତାଙ୍କ ପୁଅର ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପରେ ତାଙ୍କ ଶରୀରରୁ ଦୁଇଟି କିଡିନୀ, ଫୁସଫୁସ, ଲିଭର ବାହାର କରାଯାଇ ୬ ଜଣ ରୋଗୀଙ୍କ ଠାରେ ପ୍ରତ୍ୟାରୋପଣ କରାଯାଇଥିଲା ।ଆନ୍ଧ୍ର ସରକାର ଶ୍ରୀକାକୁଲମ୍ ଠାରେ ଗ୍ରୀନ୍ କରିଡର କରି ଏୟେରାଲିଫଟ କରିବାର ବ୍ୟବସ୍ଥା କରି ଅର୍ଗାନ ଗୁଡ଼ିକୁ ବିଶାଖପାଟଣା କିମ୍ସ ମେଡିକାଲକୁ ପଠାଇଥିଲେ । ମେଡିକାଲ କର୍ତ୍ତୃପକ୍ଷଙ୍କ ସହାୟତାରେ ମର ଶରୀର ରେଗେଡା ଗ୍ରାମରେ ପହଞ୍ଚିଥିଲା । ପରେ ଯୁବକଙ୍କ ଅନ୍ତିମ ସଂସ୍କାର ହୋଇଥିଲା |

ଅଧିକ ପଢନ୍ତୁ

kc ads