ଦୁର୍ନୀତିଖୋରଙ୍କୁ ମନ୍ତ୍ରୀ କହିଛନ୍ତି ସମୟ ଅଛି ସତର୍କ ହୋଇଯାଅ ।

ରାଜ୍ୟରେ ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇଛନ୍ତି । ଦୁର୍ନୀତିଖୋରଙ୍କୁ ମନ୍ତ୍ରୀ କହିଛନ୍ତି ସମୟ ଅଛି ସତର୍କ ହୋଇଯାଅ । ଅଭିଯାନ ଆରମ୍ଭ ହୋଇଛି, କେହି ବି ବର୍ତ୍ତିବେ ନାହିଁ । ଯିଏ ଦୁର୍ନୀତି କରିବ ସିଏ ଜେଲ୍‌ ଯିବ । ସରକାରଙ୍କ ସଂକଳ୍ପ, ଯେଉଁଠି ଥିଲେ ବି ବନ୍ଧାହେବେ । ଆମକୁ ସହଯୋଗ କରନ୍ତୁ, କେହି ବି ଲାଞ୍ଚ ଦିଅନ୍ତୁ ନାହିଁ । ଲାଞ୍ଚ ନେବା ଯେତେ ବଡ଼ ଅପରାଧ ଦେବା ମଧ୍ୟ ସମ ପରିମାଣର ଅପରାଧ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଅଧିକ ପଢନ୍ତୁ

kc ads