‘ଦୁର୍ନୀତି ଅଭିଯୋଗ ଆସିଲେ ସରପଞ୍ଚଙ୍କୁ ମାଫ ନାହିଁ’

ବିଧାନସଭା ଚାଲିଥିବା ବେଳେ ବିଧାୟକ ପ୍ରଶାନ୍ତ ବେହେରା ପ୍ରଶ୍ନ କରିଥିଲେ ରାଜ୍ୟର କେତେଜଣ ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିବାବେଳେ ତାହାର ତଦନ୍ତ ହେବ ସହିତ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି?ଏହାର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ଲିଖିତ ଉତ୍ତର ରଖି କହିଥିଲା ଯେ କୌଣସି ପଞ୍ଚାୟତରୁ ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ତାଙ୍କୁ କ୍ଷମା ନାହିଁ | ଓଡିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪, ଧାରା ୧୧୫ ଅନୁସାରେ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଏହାସହ ଉକ୍ତ ସରପଞ୍ଚଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯିବାର ବ୍ୟବସ୍ଥା ରହିଛି । ଏହି ଆଧାରରେ ଗତ ୫ ବର୍ଷରେ ୮୧ ଜଣ ସରପଞ୍ଚଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି

ଅଧିକ ପଢନ୍ତୁ