ଦୂରଦର୍ଶନର ନ୍ୟୁଜ୍ ଉପସ୍ଥାପିକା ସରଳା ମାହେଶ୍ଵରୀଙ୍କର ଦେହାନ୍ତ ଘଟିଛି। ସେ ତାଙ୍କର ଶାନ୍ତ ସ୍ଵର ଏବଂ ସ୍ଵଭାବ ଏବଂ ଶୁଦ୍ଧ ହିନ୍ଦୀ ଉଚ୍ଚାରଣ ଲାଗି ବେଶ୍ ଜଣାଶୁଣା। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସରଳା ଦୂରଦର୍ଶନର ଏକ ପପୁଲାର୍ ଚେହେରା ଥିଲେ। ୧୯୮୦ ଏବଂ ୧୯୯୦ ଦଶକର ଜଣେ ପ୍ରସିଦ୍ଧ ସାମ୍ବାଦିକା ଥିଲେ ସରଳା। ଲୋକମାନେ ତାଙ୍କୁ ଶୁଣିବାକୁ ଭଲ ପାଉଥିଲେ। ସେ ୨୦୦୫ ପର୍ଯ୍ୟନ୍ତ ଦୂରଦର୍ଶନର ନ୍ୟୁଜ ଆଙ୍କର ଭାବରେ କାର୍ଯ୍ୟ କରିଥିଲେ। ତେଣୁ, ସେ କଳା-ଧଳାରୁ ରଙ୍ଗୀନ ଟେଲିଭିଜନକୁ ପରିବର୍ତ୍ତନର ସାକ୍ଷୀ ଥିଲେ।ଆଜି ତାଙ୍କର ଦେହାନ୍ତ ଘଟିଛି। ସରଳା ମାହେଶ୍ୱରୀଙ୍କ ମୃତ୍ୟୁ ଖବର ତାଙ୍କ ଭାଇ ପୋଷ୍ଟ କରିଥିଲେ। ସେ କହିଛନ୍ତି ଯେ ଆଜି ଅପରାହ୍ନ ୪ଟା ସମୟରେ ଦିଲ୍ଲୀର ନିଗମବୋଧ ଘାଟରେ ସରଳାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। “ଦୂରଦର୍ଶନ ପରିବାର ପକ୍ଷରୁ ସରଳା ମାହେଶ୍ୱରୀଙ୍କୁ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
