ଦୂର୍ଗା ପୂଜା ପାଇଁ ନବ ବୋଧୁ ରୂପେ ସୁସଜ୍ଜିତ ହୋଇଛି ରାୟଗଡ଼ ବ୍ରାହ୍ମଣ ସାହି।

ରାୟଗଡ଼ – ସୁନ୍ଦର ଆଲୋକ ତୋରଣ ସହ ଆକାଶ ଛୁଆଁ ମେଢ଼ ଦର୍ଶକଙ୍କୁ ଆକର୍ଷିତ କରୁଛି । ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି ରାୟଗଡ଼ ବ୍ରାହ୍ମଣ ସାହିରେ। ସୁଗନ୍ଧିତ ଝୁଣାର ବାସ୍ନା ସାଙ୍ଗକୁ ପବିତ୍ର ମନ୍ତ୍ର ଉଚ୍ଚାରଣର ଧ୍ଵନି ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି କରିଛି। ବ୍ରାହ୍ମଣ ସାହି ରାୟଗଡ଼ ସହରରେ ଦୀର୍ଘ ବର୍ଷ ଧରି ପୂଜା ପାଇ ଆସୁଥିବା ମା ଜଗତ ଜନନୀ ଦୂର୍ଗାଙ୍କ “ଦୁର୍ଗା ପୂଜା” ଅତି ଆନନ୍ଦ ଓ ଉତ୍ସାହର ସହ ପାଳନ କରିଥାନ୍ତି ଅଞ୍ଚଳ ବାସି। ଚଳିତ ବର୍ଷ ଏହି ପୂଜା ୬୩ତମ ବର୍ଷ ପାଳନ କରୁଥିବା ଅବସରରେ ପୂଜାକୁ ଆହୁରି ଆକର୍ଷଣ କରିବା ପାଇଁ ସୁନ୍ଦର ଆଲୋକ ତୋରଣ ସହ ଆକାଶ ଛୁଆଁ ସୁସଜ୍ଜିତ ମେଢ଼ ଭକ୍ତ ମାନଙ୍କ ଉତ୍ସାହକୁ ଦ୍ଵିଗୁଣିତ କରି ଦେଇଛି। ୧୮କେଜି ରୋପ୍ୟ ଆଭୁସଣରେ ସୁସଜ୍ଜିତ ହୋଇଛନ୍ତି ମା ଦୁର୍ଗା ।
ଚଳିତ ମାସ ୯ ତାରିଖରୁ ଆରମ୍ଭ ହୋଇ ୧୬ତାରିଖ ପର୍ୟ୍ୟନ୍ତ ମହା ଆଡ଼ମ୍ବରରେ ପାଳିତ ହେଉଛି ଦୂର୍ଗାପୂଜା। ଚଳିତ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ବୁଧୁବାର ଦିନ ବିଲ୍ଵାଧିବାସ, ମଙ୍ଗଳ ରୋପଣ, ଅଙ୍କୁର ରୋପଣ ଓ ଗଙ୍ଗାଧିଵାସ କରାଯାଇଥିଲା। ଗୁରୁବାର ସପ୍ତମୀରେ ଦେବୀଙ୍କ ଆଜ୍ଞାମାଳ, ନବ ପ୍ରତିକା ମହାସ୍ନାନ, ମା ଙ୍କ ନେତ୍ର ତଥା ବିଗ୍ରହ ପ୍ରତିଷ୍ଠା ହୋଇଥିବା ବେଳେ, ଶୁକ୍ରବାର ଦିନ ମହାଷ୍ଠମୀ ଓ ସନ୍ଧି ପୂଜା କରା ଯାଇଥିଲା। ଶନିବାର ଦିନ ମହା ନବମି ଓ ଶୋଡ଼ଶ କନ୍ୟା ପୂଜା ହୋଇଥିଲା। ରବିବାର ଦିନ ବିଜୟ ଦଶମୀ ପୂଜା କର୍ମ ଓ କୁମାରୀ ପୂଜନ ଓ ଅପରାଜିତା ପୂଜା , ପୂର୍ଣ୍ଣାହୁତି ବିହିତ ହୋମ ଓ ଶେଷ ପ୍ରହରରେ ଘଟ ବିସର୍ଜନ ଏବଂ ବୁଧ ବାର ଦିନ ମୂର୍ତ୍ତି ବିସର୍ଜନ କରାଯିବ ବୋଲି ଦୁର୍ଗା ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଏଥିସହ ପୂଜା ଦେଖିବାକୁ ଆସୁଥିବା ଦର୍ଶକ ମାନଙ୍କ ପାଇଁ ପ୍ରତ୍ୟକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଓଡ଼ିଶାର ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଅରବିନ୍ଦ ମୁଦ୍ଧୁଲି ଙ୍କ ପୁତ୍ର ଜଗବନ୍ଧୁ ମୁଦ୍ଧୁଲିଙ୍କ ଭକ୍ତି ଭରା କଣ୍ଠ ରେ ଭଜନ ସମାରୋହ ଏଵଂ ସମ୍ବଲପୁର ଗାୟକ ରୁକୁ ସୁନା ଗ୍ରୁପ୍ ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ ରଖାଯାଇଛି।

ଉକ୍ତ ପୁଜା ମଣ୍ଡପ ନିକଟରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରିବା ସହ ସିସି ଟିଭି କ୍ୟାମେରା ମାଧ୍ୟମରେ ସମସ୍ତ ଅପରାଧିକ ଓ ବିଶୃଙ୍ଖଳିତ ଘଟଣାକୁ ଏଡାଇବାକୁ ବ୍ୟାପକ ପ୍ରସ୍ତୁତି କରଯାଇଛି। ଏଥିସହ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ଓ ବୁଦ୍ଧିଜୀବି ମାନଙ୍କୁ ସମ୍ମାନୀତ କରାଯିବ ବୋଲି ସୂଚନା ଦେଇଛନ୍ତି ପୂଜା କମିଟି। ଏହି ବରିଷ୍ଠ ଏବଂ ବୁଦ୍ଧିଯିବି ମାନଙ୍କ ଦ୍ଵାରା ଏହି ପବିତ୍ର ଉତ୍ସବ ଆଜି ପର୍ଯ୍ୟନ୍ତ ସୂଚାରୁ ରୁପେ ପାଳନ ହୋଇ ଆସୁଛି। ଆମୋର ପଥ ପ୍ରଦର୍ଶକ ଓ ଆମ ଶୁଭଚିନ୍ତକ ଆମ ପାଇଁ ଭଗବାନଙ୍କ ସହିତ ସମାନ ସେମାନଙ୍କୁ ସମ୍ମାନ ଜଣାଇବା ଆମ ଅଞ୍ଚଳର ସମ୍ମାନ ଏଵଂ ଉନ୍ନତିର ମାର୍ଗ ହୋଇ ପାରିବ ବୋଲି ଦୁର୍ଗା ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକ ପଢନ୍ତୁ