ଦେଓମାଳିରେ ରାତି କାଟିବା ମନା,ପରିବେଶ ସ୍ବଚ୍ଛ ରଖିବା ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ।

‘ଦେଓମାଳି’ ରେ କଟକଣା ଲାଗୁ କଲା କେରାପୁଟ ଜିଲ୍ଲା ପ୍ରଶାସନ । ପ୍ରାକୃତିକ ପରିବେଶକୁ ସ୍ବଚ୍ଛ ରଖିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଓଡ଼ିଶାର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଦେଓମାଳିରେ ରାତି ୮ରୁ ଭୋର ୫ଟା ଯାଏଁ ପର୍ଯ୍ୟଟକଙ୍କ ଗତିବିଧି ଉପରେ କଟକଣା ଲାଗୁ କରାଯାଇଛି।ଏହାପୂର୍ବରୁ ସିନେ ନିର୍ମାତା ରାଜାମୌଲି ଦେଓମାଳିରେ ସୁଟିଂ ସମୟରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଂଶସା କରିଥିଲେ । ଏହାସହ ପର୍ଯ୍ୟଟକ ମାନେ ଏହି ମନୋରମ ପର୍ଯ୍ୟଟନସ୍ଥଳୀକୁ କିଭଳି ପ୍ରଦୂଷିତ କରୁଛନ୍ତି ତାହାର ଭିଡ଼ିଓ ସେୟାର କରି ଉଦ୍‌ବେଗ ପ୍ରକାଶ କରିଥିଲେ । ପର୍ଯ୍ୟଟକମାନେ ପୂର୍ବ ବୁକିଂ ଅନୁଯାୟୀ ସରକାରଙ୍କ ଦ୍ୱାରା ପରିଚାଳିତ କଟେଜରେ ରହିପାରିବେ। ପ୍ରଶାସନର ବିନା ଅନୁମତିରେ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ରାତିରେ ଦେଓମାଳିରେ ରହିପାରିବେ ନାହିଁ। ପର୍ଯ୍ୟଟକଙ୍କୁ ସିଙ୍ଗଲ ୟୁଜ୍‌‌ ପ୍ଲାଷ୍ଟିକ ମନା କରାଯାଇଛି।

ନିୟମ ଉଲ୍ଲଙ୍ଘନକାରୀ ପର୍ଯ୍ୟଟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜୋରିମାନା ଆଦାୟ କରାଯିବ ବୋଲି କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।ଏହି ନିର୍ଦ୍ଦେଶ ଆସନ୍ତା ୬୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ

ଅଧିକ ପଢନ୍ତୁ

Odisha Darpan Digital