
ଶରଣକୁଳ,(ଓଡ଼ିଶା ଦର୍ପଣ) ପଞ୍ଚମରାଗିଣୀ ୟୁଟୁବ ମନୋରଞ୍ଜନ ଚାନେଲ ପକ୍ଷରୁ ପବିତ୍ର ଘୋଷଯାତ୍ରା ଅବସରରେ ଦେଖ ଗୁଣ୍ଡିଚାଯାତ ଜଗନ୍ନାଥ ଭଜନ କୁନିକୁନି କଳାକାର ମାନଙ୍କ ଦ୍ୱାରା ଅନୁଷ୍ଠିତ ରଥଯାତ୍ରାରେ ଶୁକ୍ରବାର ଲୋକାର୍ପିତ ହୋଇଯାଇଛି l ଗୀତଟିକୁ ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ କଣ୍ଠଦାନ କରିଥିବା ବେଳେ ହିମାଂଶୁ ବିଧାର ରଚନା କରିଛନ୍ତି l ସେହିପରି ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ଦୀପକ ପଟ୍ଟନାୟକ ଗୀତଟିର ସ୍ୱର ସଂଯୋଜନା କରିଥିବା ବେଳେ ଅଶୋକ କୁମାର ସାହୁ ସଙ୍ଗୀତ ପରିଚାଳନା କରିଛନ୍ତି l ଗୀତଟି ଅତି ଉଚ୍ଚ କୋଟିର ଓ ମନଛୁଆଁ ହୋଇଥିବା ଉପସ୍ଥିତ ଶ୍ରୋତା ମାନେ କହିଛନ୍ତି l ଗୀତଟି ପ୍ରଶାନ୍ତ କୁମାର ଦାଶ ୟୁଟୁବ ଚାନେଲ ସହିତ ପଞ୍ଚମ ରାଗିଣୀ ଫେସବୁକ ପେଜ ରେ ଉପଲବ୍ଧ ହେବ ବୋଲି ମନୋରଞ୍ଜନ ସଂସ୍ଥା ପକ୍ଷରୁ କୁହାଯାଇଛି l