ଦେବ ପ୍ରସାଦ ଦାଶ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ

ଦେବ ପ୍ରସାଦ ଦାଶ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଅଛନ୍ତି ଦେବ ପ୍ରସାଦ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିିଛି ।ଦାଶଙ୍କ ନେତୃତ୍ୱରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରାଜ୍ୟ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ମଧ୍ୟକୁ ଅଧିକ ପ୍ରଭାବଶାଳୀ ଭାବେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବ ବୋଲି ଅନୁମାନ କରାଯାଉଛି। ଏହି ନିଯୁକ୍ତି ସମ୍ପର୍କରେ ରାଜ୍ୟର ବିଭିନ୍ନ ମହଲରେ ସକାରାତ୍ମକ ପ୍ରତିକ୍ରିୟା ଦେଖାଦେଇଛି।

ଅଧିକ ପଢନ୍ତୁ

kc ads