ଦେଶବାସୀଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା

ଜାନୁୟାରୀ ୨୨ରେ ହେବାକୁ ଥିବା ଅଯୋଧ୍ୟା ପ୍ରାଣପ୍ରତିଷ୍ଠା ଉତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଅଡିଓ ବାର୍ତ୍ତା ଜାରି କରିଛନ୍ତି।ରାମ-ରାମ ଉଚ୍ଚାରଣରୁ ସୋସିଆଲ ମିଡିଆରେ ଅଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ୧୧ ଦିନ ରହିଲା। ମୋର ସୌଭାଗ୍ୟ,ମୁଁ ଏହି ପୁଣ୍ୟ ଅବସରରେ ଉପସ୍ଥିତ ରହିବି। ପ୍ରାଣ ପ୍ରତିଷ୍ଠା ସମୟରେ ସମଗ୍ର ଭାରତବାସୀଙ୍କ ପ୍ରତିନିଧିତ୍ୱ କରିବା ନିମନ୍ତେ ପ୍ରଭୁ ମୋତେ ମାଧ୍ୟମ କରିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଠାରୁ ୧୧ ଦିନ ଲାଗି ଏକ ବିଶେଷ ଅନୁଷ୍ଠାନ ଆରମ୍ଭ କରୁଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେ ତାଙ୍କର ଏହି ଅନୁଷ୍ଠାନ ନାସିକର ପଞ୍ଚବଟି ଧାମରୁ କରିବାକୁ ଯାଉଛନ୍ତି, ଯେଉଁଠି ପ୍ରଭୁ ଶ୍ରୀରାମ ଚନ୍ଦ୍ର ତାଙ୍କ ବନବାସ କାଳର ସବୁଠୁ ଅଧିକ ସମୟ ବ୍ୟତୀତ କରିଥିଲେ।ଏହି ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ମାଆଙ୍କୁ ମନେ ପକାଇଛନ୍ତି। ତାଙ୍କ ମାଆଙ୍କ ବିଷୟରେ ଉଲ୍ଲେଖ କରିବା ପରେ ଭାବପ୍ରବଣ ହୋଇଛନ୍ତି।

ଅଧିକ ପଢନ୍ତୁ

kc ads