ଦେଶରେ ଗତ ୯ ବର୍ଷରେ ବହୁମୁଖି ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି ୨୫ କୋଟି ଲୋକେ

ମୋଦୀ ସରକାରଙ୍କ ୯ ବର୍ଷରେ ପ୍ରାୟ ୨୫ କୋଟି ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଛନ୍ତି । ଅତି ଦରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କ ମୁଣ୍ଡ ଗଣତି ୨୦୧୩-୧୪ରେ ୨୯. ୧୭ ପ୍ରତିଶତ ଥିଲା, ଯାହା ୨୦୨୨-୨୩ରେ ହ୍ରାସ ପାଇ ୧୧.୨୮ ପ୍ରତିଶତ ରହିଛି। ନୀତି ଆୟୋଗ ଏଭଳି ରିପୋର୍ଟ ଜାରି କରିଛି।ସୋମବାର ନୀତି ଆୟୋଗ ପକ୍ଷରୁ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି।

ଉତ୍ତର ପ୍ରଦେଶର ସବୁଠାରୁ ଅଧିକ ଲୋକ ବହୁମୁଖୀ ଦାରିଦ୍ର୍ୟତାରୁ ମୁକ୍ତି ପାଇଛନ୍ତି । ଏଠାରେ ୫.୯୪ କୋଟି ଲୋକ ଗତ ୯ ବର୍ଷରେ ଦାରିଦ୍ର୍ୟ ସୀମା ରେଖା ଉପରେ ଅଛନ୍ତି । ଏହାପରେ ଦ୍ୱିତୀୟରେ ରହିଛି ବିହାର। ଯେଉଁଠି ୩.୭୭ କୋଟି, ତା ପଛକୁ ମଧ୍ୟପ୍ରଦେଶରେ ୨.୩୦ କୋଟି ଓ ରାଜସ୍ଥାନରେ ୧.୮୭ କୋଟି ଲୋକେ ବହୁମୁଖୀ ଦାରିଦ୍ର୍ୟ ସୀମା ରେଖାରୁ ମୁକ୍ତି ପାଇଛନ୍ତି | ଗରିବରାଜ୍ୟଗୁଡ଼ିକରୁ ଦ୍ରୁତ ଗତିରେ ଦାରିଦ୍ର୍ୟତା ହ୍ରାସ ପାଇବାରୁ ଆର୍ଥିକ ଅସମାନତା ମଧ୍ୟ ହ୍ରାସ ପାଇଛି।

ଅଧିକ ପଢନ୍ତୁ