କିଛିଦିନ ବଢିବା ପରେ ଦେଶରେ ପୁଣି ହ୍ରାସ ପାଇଛି କୋଭିଡ-୧୯ ଭାଇରସ ସଂକ୍ରମଣ। ଶୁକ୍ରବାର ସକ୍ରିୟ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ୫,୯୭୬କୁ ହ୍ରାସ ପାଇଛି। ଭାରତରେ କୋଭିଡ-୧୯ର ଓମିକ୍ରୋନ୍ ଉପ-ଭାରିଆଣ୍ଟ ସଂକ୍ରମଣକୁ ବଢ଼ାଉଥିବା ବେଳେ ଶୁକ୍ରବାର ଏହି ସଂଖ୍ୟା ସାମାନ୍ୟ କମିଛି। ଅନେକ ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଛି। କେରଳରେ ୧,୩୦୯ ସକ୍ରିୟ ମାମଲା ରହିଥିବା ବେଳେ ଏହା ପଛକୁ ଥିବା ଗୁଜରାଟ (୨,୦୪୬), ପଶ୍ଚିମବଙ୍ଗ (୭୪୭), ଦିଲ୍ଲୀ (୬୩୨), କର୍ଣ୍ଣାଟକ (୪୬୬) ଏବଂ ମହାରାଷ୍ଟ୍ର (୪୪୩) ରହିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧,୨୧୯ ଜଣ ଲୋକ କୋଭିଡ-୧୯ ରୁ ସୁସ୍ଥ ହୋଇଥିବା ବେଳେ ଚଳିତ ବର୍ଷ ମୋଟ ସୁସ୍ଥଙ୍କ ସଂଖ୍ୟା ୧୭,୧୬୪କୁ ବୃଦ୍ଧି ପାଇଛି।
