ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡିବ ବସ୍ । ଓଡିଶାରୁ ବିଭିନ୍ନ ତୀର୍ଥ ସ୍ଥାନକୁ ବସ୍ ଗଡିବା ନେଇ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ମହାକୁମ୍ଭ ପାଇଁ ଏବେ ଓଡିଶାର ୪ଟି ସ୍ଥାନରୁ ବସ୍ ଗଡିବ । ସେସବୁ ସ୍ଥାନ ଗୁଡିକ ହେଉଛି ଭୁବନେଶ୍ଵର, ବ୍ରହ୍ମପୁର, ଭବାନୀପାଟଣା ଏବଂ ସମ୍ବଲପୁର । ଏହାବାଦ୍ ଅନ୍ୟ ତୀର୍ଥ ସ୍ଥାନକୁ ବି ବସ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ୧୩ରୁ ଫେବ୍ରୁଆରୀ ୨୬ ପର୍ଯ୍ୟନ୍ତ ଚାଲିବ। OSRTC ୱେବସାଇଟ୍, ମୋବାଇଲ୍ ଆପ୍ରେ ଟିକେଟ ବୁକିଂ କରିହେବ। ଯାତ୍ରୀ ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ବ୍ୟବସ୍ଥା କରାଯାଇଛି।
