ଦେଶର ସବୁ ପ୍ରମୁଖ ବ୍ୟାଙ୍କମାନଙ୍କୁ ମିଳିଲା ନୂଆ ଡୋମେନ୍ ‘.bank.in’

ଦେଶର ସବୁ ପ୍ରମୁଖ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କ ନିଜ ଅଫିସିଆଲ୍ ୱେବସାଇଟକୁ ପୁରୁଣା ‘.com’ କିମ୍ୱା ‘.co.in’ ଡୋମେନରୁ ବଦଳାଇ ଏବେ ‘.bank.in’କୁ ସ୍ଥାନାନ୍ତରିତ କରାଯାଇଛି । ଏହି ପଦକ୍ଷେପ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ପରେ ନିଆଯାଇଛି |ଆରବିଆଇ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇ ଅକ୍ଟୋବର ୩୧ ସୁଦ୍ଧା ନିଜ ଇଣ୍ଟରନେଟ୍ ବ୍ୟାଙ୍କିଂ ପୋର୍ଟାଲ୍ସକୁ ବିଶେଷ ‘.bank.in’ ଡୋମେନକୁ ସ୍ଥାନାନ୍ତରିତ କରିବା ପାଇଁ କହିଥିଲା । ଏହି ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ଫିସିଂ ଓ ଫେକ୍ ୱେବସାଇଟ୍ ଜାଲିଆତିକୁ ରୋକିବା । ସ୍କାମରମାନେ ପ୍ରକୃତ ବ୍ୟାଙ୍କର ୱେବସାଇଟ୍ ସହ ମେଳ ଖାଉଥିବା ଲିଙ୍କ୍ କରି ଗ୍ରାହକଙ୍କଠାରୁ ସେମାନଙ୍କ ବ୍ୟାଙ୍କିଂ ବିବରଣୀ ହାସଲ କରନ୍ତି । ମାଇଗ୍ରେସନର ସମୟସୀମା ପୂର ହେବା ପରେ ଏବେ ଗ୍ରାହକଙ୍କୁ କେବଳ ଅଫିସିଆଲ୍ ‘.bank.in’ ଡୋମେନ ସାଇଟ୍ ଉପରେ ଲଗିନ୍ କରିବାକୁ ପରାମର୍ଶ ଦିଆଯାଇଛି ।ନୂଆ ‘.bank.in’ ଡୋମେନ୍ କେବଳ ସେହି ସଂସ୍ଥାକୁ ଦିଆଯାଇଛି, ଯେଉଁମାନେ ଆରବିଆଇ ଦ୍ୱାରା ଅନୁମୋଦିତ ଓ ରେଗୁଲେଟ୍ ହେଉଛନ୍ତି । ଏହାର ଅର୍ଥ ହେଉଛି କୌଣସି ବି ଫେକ୍ କିମ୍ୱା ଅନଧିକୃତ ସଂସ୍ଥା ଏହି ଡୋମେନକୁ ପଞ୍ଜୀକୃତ କରିପାରିବେ ନାହିଁ ।

ଅଧିକ ପଢନ୍ତୁ

Odisha Darpan Digital