ଦେଶର ସର୍ବପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟନେଲ ଉଦଘାଟିତ

ଦେଶର ପ୍ରଥମ ଅଣ୍ଡର ଓ୍ୱାଟର ମେଟ୍ରୋର ଲୋକାର୍ପଣ । ବୁଧବାର ଏହାର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନସାଧାରଣଙ୍କ ପାଇଁ ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ସେବାକୁ ଉତ୍ସର୍ଗ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ୧୫,୪୦୦ କୋଟି ଟଙ୍କା ମୂଲ୍ୟର ଅନେକ ସଂଯୋଗ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ମେଟ୍ରୋ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଚନ୍ତି।

ଏହା ସହିତ ଭାରତରେ ନଦୀ ତଳେ ପ୍ରଥମ ଟନେଲ ମଧ୍ୟ ଟ୍ରାଫିକ୍ ପାଇଁ ଖୋଲାଯିବ।ହାୱଡା ମଇଦାନ ଏବଂ ଏସପ୍ଲାନେଡ ମଧ୍ୟରେ ଥିବା ଟନେଲର ମୋଟ ଲମ୍ବ ୪.୮ କିଲୋମିଟର।୧.୨ କିଲୋମିଟର ଟନେଲ୍ ହୁଗଲି ନଦୀଠାରୁ ୩୦ ମିଟର ତଳେ ଅବସ୍ଥିତ, ଯାହାକି ପ୍ରମୁଖ ନଦୀ ତଳେ ଦେଶର ପ୍ରଥମ ପରିବହନ ଟନେଲ୍ ଅଟେ।ଏହା ବ୍ୟତୀତ ହୁଗଲି ନଦୀ ତଳେ ଥିବା ହାୱଡା ମେଟ୍ରୋ ଷ୍ଟେସନ୍ ମଧ୍ୟ ଦେଶର ଗଭୀରତମ ଷ୍ଟେସନ ହେବ।ଏହି ଟନେଲ୍ ପୂର୍ବ-ପଶ୍ଚିମ ମେଟ୍ରୋ କରିଡର ପ୍ରକଳ୍ପର ଏକ ଅଂଶ

ଅଧିକ ପଢନ୍ତୁ