ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ ବି.ଆର. ଗଭାଇ।

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇଙ୍କୁ ଭାରତର ୫୨ତମ ପ୍ରଧାନ ବିଚାରପତି (CJI) ଭାବେ ନିଯୁକ୍ତି ପାଇଁ ଅନୁମୋଦନ କରିଛନ୍ତି। ଜଷ୍ଟିସ ଗଭାଇ ଆସନ୍ତା ମେ ୧୪, ୨୦୨୫ରେ ଶପଥ ଗ୍ରହଣ କରିବେ, ଯିଏକି ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅବସର (ମେ ୧୩, ୨୦୨୫) ପରେ ଏହି ପଦବୀ ଗ୍ରହଣ କରିବେ।ଅପରପକ୍ଷରେ ଜଷ୍ଟିସ୍ ଗଭାଇ ପ୍ରାୟ ଛଅ ମାସ ପାଇଁ ଭାରତର ପ୍ରଧାନ ବିଚାରପତି ରହିବେ। କାରଣ ସେ ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି। ବି.ଆର୍. ଗଭାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ହୋଇଥିଲା। ସେ ୧୬ ମାର୍ଚ୍ଚ ୧୯୮୫ରେ ବାର୍‌ରେ ଯୋଗ ଦେଇଥିଲେ।

ଅଧିକ ପଢନ୍ତୁ

kc ads