କଟକରେ ଅଘଟଣ। ଦେହରେ ଡିଜେଲ ଢାଳି ନିଆଁ ଲଗାଇ ନିଜକୁ ଜାଳିଦେଲା ନାବାଳକ । ପୁରୀଘାଟ ଥାନା ଅନ୍ତର୍ଗତ ମଠ ସାହିରେ ଅଭାବନୀୟ ଘଟଣା ।ମୃତକ ହେଲେ ଅଙ୍କନ ଦତ୍ତ, ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ସୂଚନା ମିଳିଛି ।ସୂଚନା ଅନୁସାରେ, ପୁରୀଘାଟ ଥାନା ମଠ ସାହିରେ ନାବାଳକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ପଶ୍ଚିମବଙ୍ଗ ଅଞ୍ଚଳର ହୋଇଥିବା ବେଳେ ତାଙ୍କର ବୟସ ୧୭ ବର୍ଷ ବୋଲି କୁହାଯାଉଛି । ମୃତକ ଜଣକ ପଶ୍ଚିମବଙ୍ଗରୁ ଆସି ପରିବାର ସହିତ ଗୋପାଳଜୀଉ ଲେନରେ ଭଡ଼ାରେ ରହୁଥିଲେ ।
କିନ୍ତୁ ସେ ନିଜ ଦେହରେ ଡିଜେଲ ଢାଳି ଜୀବନ ହାରିଥିବା କୁହାଯାଉଛି । ତେବେ ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଅଧାପୋଡା ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୁରୀଘାଟ ଥାନାକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ପୁରୀଘାଟ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛି।ମୃତକ ଯୁକ୍ତ ଦୁଇ ଶ୍ରେଣୀରେ ଖ୍ରୀଷ୍ଟ କଲେଜରେ ପଢୁଥିଲେ । ତାଙ୍କ ବାପା କଟକରେ ରହି ବ୍ୟବସାୟ କରୁଥିଲେ ।