ମହିଳାଙ୍କ ଜୀବନ ହାରିବା ଉଦ୍ୟମ । ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜୀବନ ହାରିବା ଉଦ୍ୟମ କଲେ ମହିଳା । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ମାଣପୁର ଗାଁରେ ଅଘଟଣ ଘଟିଛି । ଗୁରୁତର ମହିଳା ହେଲେ ସାବିତ୍ରୀ ଗୋଚ୍ଛାୟତ ।ତାଙ୍କ ଶରୀରର ୭୦ ପ୍ରତିଶତ ପୋଡିଯାଇଛି । ପାରିବାରିକ କଳହକୁ ନେଇ ଜୀବନ ହାରିବା ଉଦ୍ୟମ କରିଛନ୍ତି ବୋଲି ସନ୍ଦେହ ।ମହିଳାଜଣକ କାହିଁକି ଆତ୍ମାହୁତି ଦେବାକୁ ଚେଷ୍ଟା କରୁଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ଏହି ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି।
