ଦ୍ରୁତ ଗତିରେ ବ୍ୟାପୁଛି କରୋନା ; ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୨ ଶହ ପାର୍

ଦେଶରେ ଏବେ ସକ୍ରିୟ ମାମଲା ସଂଖ୍ୟା ୧୨୦୦ ଅତିକ୍ରମ କରିଛି। ଏହା ଯୋଗୁଁ ୧୨ ଜଣଙ୍କର ଜୀବନ ମଧ୍ୟ ଯାଇଛି। ଯାହାକୁ ନେଇ ଚିନ୍ତାର କାରଣ ପାଲଟିଛି । କେରଳରେ ସର୍ବାଧିକ ମାମଲା ପଞ୍ଜିକୃତ ହୋଇଛି । ମହାରାଷ୍ଟ୍ରରେ କୋଭିଡର ୮୬ଟି ନୂତନ ମାମଲା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ରାଜସ୍ଥାନ ସମେତ ଅନ୍ୟାନ୍ୟ ରାଜ୍ୟକୁ କୋଭିଡ୍ ବ୍ୟାପି ଚାଲିଛି। ଏ ସମ୍ପର୍କରେ, ରାଜ୍ୟ ସରକାର ଗୁଡ଼ିକ ହସ୍ପିଟାଲ ପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଛନ୍ତି।JN.1 ହେଉଛି ଓମିକ୍ରନର BA.2.86 ର ଏକ ଷ୍ଟ୍ରେନ । ଏହାକୁ ପିରୋଲା ମଧ୍ୟ କୁହାଯାଏ । ଏଥିରେ ପ୍ରାୟ ୩୦ଟି ମ୍ୟୁଟେସନ୍ ଅଛି, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇଥାଏ କରୋନାର ବର୍ଦ୍ଧିତ ନୂତନ ମାମଲା ସମ୍ପର୍କରେ ପୂର୍ବତନ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି, କରୋନା ଭାଇରସର ନୂତନ ପ୍ରକାର JN.1 ସମଗ୍ର ବିଶ୍ୱରେ ସର୍ବାଧିକ। ଏହି ପ୍ରକାରରେ କିଛି ପରିବର୍ତ୍ତନ ଅଛି, ଯାହା ଯୋଗୁଁ ଏହା ଅଧିକ ସଂକ୍ରମଣର କାରଣ ହୁଏ । ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ବଢ଼ୁଥିବା କୋଭିଡ୍ ମାମଲାକୁ ଦୃଷ୍ଟିରେ ରଖି, ହସ୍ପିଟାଲଗୁଡ଼ିକରେ ସ୍ୱତନ୍ତ୍ର ୱାର୍ଡ କରାଯାଇଛି। କରୋନା ସଂକ୍ରମିତ ରୋଗୀଙ୍କୁ ସାଧାରଣ ରୋଗୀଙ୍କଠାରୁ ଦୂରରେ ରଖାଯାଇଛି। ଏହା ଅନ୍ୟ ରୋଗୀଙ୍କୁ ସଂକ୍ରମିତ ହେବାର ଆଶଙ୍କା ହ୍ରାସ କରିବ। ରାଜ୍ୟ ସରକାର ମଧ୍ୟ କୋଭିଡ୍ ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ଅଧିକ ପଢନ୍ତୁ

kc ads