ଦ୍ୱିତୀୟ ରଜରେ ନନ୍ଦନକାନନ ବୁଲିଲେ 37 ହଜାର ପର୍ଯ୍ୟଟକ ।ନନ୍ଦନକାନନ ପ୍ରାଣୀ ଉଦ୍ୟନରେ ଦ୍ୱିତୀୟ ରଜରେ ସର୍ବାଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଛି ।ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଉଦ୍ଧିଷ୍ଟ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ରବିବାର ଦିନ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ବୁଲିଛନ୍ତି। ସକାଳୁ ଆରମ୍ଭ କରି ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ ନନ୍ଦନକାନନରେ ଦେଖିବାକୁ ମିଳିଥିଲା । ସେହିପରି ଭାବରେ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ମଧ୍ୟ ପ୍ରାୟ 2474 ଜଣ ପଯ୍ୟଟକ ବୁଲିବାକୁ ଆସିଥିଲେ ।ଗତ 2022 ମସିହା ପ୍ରଥମ ରଜରେ ସର୍ବାଧିକ 34 ହଜାର 817 ପର୍ଯ୍ୟଟକ ଆସିଥିବା ବେଳେ ଚଳିତ ଥର ଏହି ରେକର୍ଡ ଭାଙ୍ଗିଛି ।ଯାହା ଚଳିତବର୍ଷ ଦ୍ବିତୀୟ ରଜରେ ନନ୍ଦନକାନନ ବୁଲିଛନ୍ତି ୩୭ ହଜାର ୧୦୮ ଜଣ ପର୍ଯ୍ୟଟକ ।
