ଆଜିର ଦିନରେ ଧନନ୍ତ୍ୱରୀ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯିବାର ପରମ୍ପରା ରହିଛି । ବିଶ୍ବାସ ରହିଛି ଯେ, ଆଜି ସୁନା, ରୂପା, ବାସନ, ଝାଡୁ କିମ୍ବା ପିତ୍ତଳ ବାସନ କିଣିଲେ ଅତ୍ୟନ୍ତ ଶୁଭ ହୋଇଥାଏ ଓ ଘରକୁ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଅଧିକାଂଶ ଲୋକ ଧନତେରାସରେ ଘରକୁ ସୁନା ଓ ରୁପା ଅଳହଙ୍କାର କ୍ରୟ କରିବାକୁ ପସନ୍ଦ କରିଥାନ୍ତି । ଗ୍ରାହକଙ୍କ ଚାହିଦାକୁ ଦେଖି ଅଳଙ୍କାର ଦୋକାନୀମାନେ ମଧ୍ୟ ଅଫର ବର୍ଷା କରିଥାନ୍ତି । ତେବେ ଏ ବର୍ଷ ଲକ୍ଷେ ପାର କରିଛି ସୁନା । ଫଳରେ ଏତେ ଟଙ୍କା ଦେଇ ସୁନା କିଣିବା ସାଧାରଣ ଲୋକଙ୍କ ପକ୍ଷେ ଅସମ୍ଭବ ହୋଇ ପଡ଼ିଛି । ତେଣୁ ଯେଉଁମାନେ ଅଳଙ୍କାର କିଣି ପାରୁନାହାନ୍ତି ପରମ୍ପରା ବଜାୟ ରଖିବା ପାଇଁ ଘରକୁ ଝାଡୁ କିଣିନେଉଥିବା ଦେଖିବାକୁ ମିଳିଛି । ତେବେ “ଆଜିର ଦିନରେ ସୁନା ଓ ରୁପା ଅଳଙ୍କାର ସହ ଘରକୁ ଝାଡ଼ୁ ବି କିଣିବା ଶୁଭ ହୋଇଥାଏ । ଆଜି ଘରକୁ ଝାଡ଼ୁ କିଣିକି ନେଲେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ହୋଇଥାଏ ବୋଲି ବିଶ୍ବାସ ରହିଛି । ସୁନା ଦର ଅଧିକ ଥିବାରୁ କିଣି ହେଉନାହିଁ
