ଧନ୍‌ତେରସ୍‌ ଅବସରରେ ମନ ପସନ୍ଦର ଅଳଙ୍କାର କିଣୁଛନ୍ତି ଗ୍ରାହକ

ଦୀପାବଳି ପାଇଁ ଜୁଏଲରୀ ଦୋକାନରେ ଲାଗିଛି ଗ୍ରାହକଙ୍କ ଗହଳି । ସୁନା ଦୋକାନକୁ ଯାଇ ମନ ପସନ୍ଦର ଅଳଙ୍କାର କିଣୁଛନ୍ତି ଗ୍ରାହକ । ଏଥିପାଇଁ ବିଭିନ୍ନ ଜୁଏଲରୀ ସୋ’ରୁମ୍‌ ଆକର୍ଷଣୀୟ ଅଳଙ୍କାର ରଖିଛନ୍ତି । ଯଦି ସୁନା କିଣିବାକୁ ଯାଉଛନ୍ତି ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୪, ହଜାର ୪୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୮୧ ହଜାର ୧୬୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୪,୪୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୮୧,୧୬୦ ଟଙ୍କା ହୋଇଛି ।

ଅପରପକ୍ଷରେ ଘରୋଇ ପାଞ୍ଜି ଗଣନା ଅନୁଯାୟୀ ଚଳିତ ବର୍ଷ ଓଡ଼ିଶାରେ ଧନ୍‌ତେରସ୍‌ କ୍ରମାଗତ ୨ ଦିନ ଧରି ପାଳନ ହେଉଛି। ଏହି ୨ ଦିନ ଯାକ ଓଡ଼ିଶା ବଜାରର ବ୍ୟବସାୟୀମାନେ ବ୍ୟାପକ ପ୍ରସ୍ତୁତ କରିଛନ୍ତି। ଫଳରେ ଧନ୍‌ତେରସ୍‌ର ପ୍ରଥମ ଦିନର କାରବାର ପ୍ରାୟ ୧୦୦କୋଟି ଛୁଇଁଥିବା ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ଆକଳନ କରାଯାଇଛି।ଭୋକାଲ ଫର୍ ଲୋକାଲର ବଢ଼ୁଛି ପ୍ରଭାବ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୋକାଲ ଫର ଲୋକାଲ ଅଭିଯାନର ପ୍ରଭାବ ବଜାରରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ଚଳିତ ବର୍ଷ ସର୍ବାଧିକ ଲୋକେ ଭାରତୀୟ ବସ୍ତୁ କିଣୁଛନ୍ତି। ଏହି କାରଣରୁ ଚୀନ ସାମଗ୍ରୀ ବିକ୍ରି କମିଛି ଏବଂ ଚୀନକୁ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି।

ତେବେ ଗତବର୍ଷ ସୁନା ଦାମ୍ ୧୦ ଗ୍ରାମ ପିଛା ୬୦ ହଜାର ଟଙ୍କା ଥିଲା ଯାହା ଏବେ ୮୦ ହଜାରରୁ ଅଧିକ ରହିଛି। ସେହିଭଳି ରୁପାର ମୂଲ୍ୟ ଗତ ବର୍ଷ ଥିଲା ୭୦ ହଜାର ଥିଲା ଯାହା ଏବେ ୧ ଲକ୍ଷରେ ପହଞ୍ଚିଛି।

ଅଧିକ ପଢନ୍ତୁ