ପୋଲିସ ବେଶରେ ଲୋକଙ୍କୁ ଠକୁ ଥିବା ଜଣେ ଯୁବକଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ। ଯୁବକ ଜଣକ ନକଲି ପୋଲିସ ସାଜି ବାଇକ ଚେକିଂ ନାଁରେ ଟଙ୍କା ସଂଗ୍ରହ କରୁଥିଲା। ରବିବାର ମଧ୍ୟ ସଦର ଥାନା ଅନ୍ତର୍ଗତ ପଦରବାଲୀଠାରେ ବାଇକ ଚେକିଂ ଆଳରେ ଟଙ୍କା ସଂଗ୍ରହ କରୁଥିଲା। ହେଲେ ଏଠାରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ। ସେ ହେଲେ ନାରାୟଣପୁର ଗ୍ରାମର କେଦାରନାଥ ସ୍ବାଇଁ ଓରଫ ମନୋଜ କୁମାର ସ୍ବାଇଁ। ନିଜକୁ ମିଛ ପୋଲିସ କନଷ୍ଟେବଳ ପରିଚୟ ଦେଇ ନକଲି ପୋଷାକ, ଖେଳନା ବନ୍ଧୁକ, ଜୋତା, ବେଲ୍ଟ, ପୋଲିସ ଲାଠି ସବୁ କିଣି ବ୍ୟବହାର କରୁଥିଲା । ଏହାସହ ପୋଲିସ ଲାଠି ସ୍ଥିତ ମନୋଜଙ୍କ ଭଡା ଘରେ ଚଢାଉ କରିଥିଲା । ଚଢାଉ ବେଳେ ସେହି ଘରୁ ଉପରୋକ୍ତ ସାମଗ୍ରୀ ଜବତ ହୋଇଥିଲା । ଅଭିଯୁକ୍ତ ମନୋଜ ଘର ମାଲିକଙ୍କୁ ପୋଲିସ କନଷ୍ଟେବଳ ବୋଲି କହି ଘର ଭଡା ନେଇଥିଲେ ମଧ୍ୟ ଆଜକୁ ୧୦ ମାସ ହେବ ଭଡା ଟଙ୍କା ଦେଇନାହାନ୍ତି । ସେ ପୋଲିସ ପୋଷାକ ପିନ୍ଧି କନେଷ୍ଟେବଳ ବୋଲି କହି ବିଭିନ୍ନ ଜିଲ୍ଲାକୁ ମାଗଣାରେ ବସ ଓ ଟ୍ରେନ ଯୋଗେ ଯିବାଆସିବା କରୁଥିଲା । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କଠାରୁ ଫାଇନ ଆଦାୟ କରୁଥିଲା। ଏଭଳି କରି ନିଜର ଗୁଜୁରାଣ ମେଣ୍ଟାଉଥିଲା।
