ଧରାପଡ଼ିଲା ଚୌଦ୍ଵାର ମଣ୍ଡଳ କାରାଗାରରୁ ଫେରାର ଆସାମୀ

ଚୌଦ୍ୱାର ଜେଲରୁ ଦୁଇ ବିହାରୀ କଏଦୀ ଚମ୍ପଟ ଘଟଣା । ଓଡିଶା ପୋଲିସକୁ ବଡ ସଫଳତା ମିଳିଛି । ବୃନ୍ଦାବନରୁ ଗିରଫ ହୋଇଛି ଜଣେ କଏଦୀ । ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି। ଚମ୍ପଟ ମାରିଥିବା କଏଦୀ ଜଣକ ମଧୁକାନ୍ତ ରାଣା। । ବୃନ୍ଦାବନର ଏକ ମଠରେ ଲୁଚିଥିବା ବେଳେ ଉଠାଇ ଆଣିଛି ପୋଲିସ ।ଅନ୍ୟ ଜଣେ କଏଦୀଙ୍କୁ ଖୋଜିବା ପାଇଁ ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି ।ଏନେଇ ଡିଜି ସୂଚନା ଦେଇଛନ୍ତି । ପାଖାପାଖି ବହୁ ସମୟ ଧରି ସେ ଫେରାର ଥିଲେ । ଆଜି ତାଙ୍କୁ ପୋଲିସ ଗିରଫ କରିଛି । ସୂଚନାମୁତାବକ ଗତ ଅକ୍ଟୋବର ଦୁଇ ତାରିଖ ରାତିରେ ଦୁଇ କଏଦୀ ଫେରାର ହୋଇ ଯାଇଥିଲେ। ଘଟଣା ପରେ ଏକ ତଦନ୍ତ କରିଥିଲା ଜେଲ ବିଭାଗ । ଡିଆଇଜି ଅନୁସୁୟା ଜେନା ଏକ ତଦନ୍ତ କରି ଅକ୍ଟୋବର ମାସ ୯ ତାରିଖରେ ଏକ ରିପୋର୍ଟ ଜେଲ ଡିଜି ସୁଶାନ୍ତ କୁମାର ନାଥଙ୍କୁ ପ୍ରଦାନ କରିଥିଲେ । ଫେରାର ହୋଇଥିବା ଦୁଇ କଏଦୀ ମଧୁକାନ୍ତ କୁମାର ଓ ରାଜା ସାହାଣୀ high security prisoners ଶ୍ରେଣୀ ଅନ୍ତର୍ଭୁକ୍ତ ଥିଲେ ।

ଅଧିକ ପଢନ୍ତୁ