ଧରାପଡ଼ିଲା ଠକ ପ୍ରେମିକ । ସୋସିଆଲ ମିଡ଼ିଆରେ ଝିଅଙ୍କୁ ପ୍ରେମ ନିବେଦନ କରି ଲଗାଉଥିଲା ଚୂନ ।

ଧରାପଡ଼ିଲା ଠକ ପ୍ରେମିକ ଯିଏ ସୋସିଆଲ ମିଡ଼ିଆରେ ଝିଅଙ୍କୁ ପ୍ରେମ ନିବେଦନ କରି ଲଗାଉଥିଲା ଚୂନ । ବିଶ୍ବାସ ଜନ୍ମାଇ ଲକ୍ଷାଧିକ ଟଙ୍କା ଠକି ମାରୁଥିଲା ଚମ୍ପଟ ମାରୁଥିଲେ। ଠକ ପ୍ରେମିକ ଜଣକ ହେଲେ ଯାଜପୁର ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ ରସୁଲପୁର ଗ୍ରାମ ପଞ୍ଚାୟତର କବାଟବନ୍ଧ ଗ୍ରାମର ତ୍ରୈଲୋକ୍ୟ ରଞ୍ଜନ ପାତ୍ର ।

ଫେସବୁକ, ଇନଷ୍ଟାଗ୍ରାମ ଆଦି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ରସିକିଆ ଠକ ପ୍ରେମିକ ଜଣକ ଅଜାଣତ ଝିଅ ସହ ବନ୍ଧୁତା ସୃଷ୍ଟି କରୁଥିଲେ । କିଛି ଦିନ କଥା ହେବା ପରେ ଯୁବତୀଙ୍କୁ ପ୍ରେମ ନିବେଦନ କରୁଥିଲେ । ଯୁବତୀ ମାନଙ୍କୁ ମିଛ ପ୍ରେମ ଜାଲରେ ଫସଇ ଲକ୍ଷାଧିକ ଟଙ୍କା ହଡପ କରୁଥିଲା ।ତେବେ ମଧୁବନ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଏପରି କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ବାରିପଦା ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ଥାନା ଅଧିକାରୀଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାର ବାସେଳିସାହି ଥାନା ହାତୀସାହି ଅଞ୍ଚଳରୁ ଠକ ତ୍ରୈଲୋକ୍ୟଙ୍କୁ ଧରିଛି ପୋଲିସ୍ । ତଦନ୍ତ ସମୟରେ ଶତାଧିକ ମହିଳାଙ୍କୁ ପ୍ରେମକରି ଟଙ୍କା ଠକି ନେଇଥିବା ଜଣାପଡିଛି ।

ଅଧିକ ପଢନ୍ତୁ

Odisha Darpan Digital