ଜଳିଗଲା ଗଞ୍ଜେଇ ଚାଲାଣ ହେଉଥିବା ଗାଡି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୂଆବଜାର ଠାରେ ଗଞ୍ଜେଇ ଭର୍ତ୍ତି କାରରେ ଲାଗିଛି ନିଆଁ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଘଟଣାର ତଦନ୍ତ କରୁଛି ପୋଲିସ ।ବର୍ତ୍ତମାନ ଜିଲ୍ଲାରେ ଅପରେସନ ପ୍ରହାର ମାଧ୍ୟମରେ ଗଂଜେଇ ଧର ପଗଡ଼ ଚାଲୁଥିବା ବେଳେ ଧରା ପଡିବ ଭୟରେ ଡ୍ରାଇଭର ଗାଡ଼ିରେ ନିଆଁ ଲଗାଇ ଫେରାର ମାରିଛି ।
