ଧର୍ମଶାଳା ଘଟଣାରେ ୪ ଜଣ ଗିରଫ ପରେ ଆନ୍ଦୋଳନରୁ ଓହରିଲା ବିଜେଡି

ଧର୍ମଶାଳାରେ ବିଜେପି-ବିଜେଡି ଆକ୍ରମଣ ପ୍ରତି ଆକ୍ରମଣ ଘଟଣା । ୪ ଜଣଙ୍କୁ ଗିରଫ କଲା ଜେନାପୁର ଥାନା ପୋଲିସ । ସିସିଟିଭି ଫୁଟେଜ୍ ଓ ସୋସିଆଲ ମିଡିଆ ଭିଜୁଆଲ ଆଧାରରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସନ୍ଦିଗଧଙ୍କୁ ଧରିବାକୁ ଏବେ ବି ରେଡ ଜାରି ରହିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବାର ପ୍ରତିଶ୍ରୁତି ପାଇବା ପରେ ଧାରଣା ପ୍ରତ୍ୟାହୃତ କରିଛି ବିଜେଡି । ସେପଟେ ପୋଲିସ ବିଭାଗକୁ ୫ ଦିନର ମହଲତ ଦେଇଛି ଦଳ । ୫ ଦିନରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଡିଜି ଅଫିସ ସମେତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଚେତାବନୀ ଦିଆଯାଇଛି ।ଅନ୍ୟପଟେ ପ୍ରଣବ ବଳବନ୍ତରାୟ ଅଭିଯୋଗ କରିଥିଲେ ହିମାଂଶୁଙ୍କ ସମର୍ଥକ ତାଙ୍କ ଫାର୍ମ ହାଉସରେ ପଶି ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ କରିଛନ୍ତି । ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଆରୋପ ପ୍ରତ୍ୟାରୋପ ଭିତରେ କାର୍ଯ୍ୟାନୁଷ୍ଠାନ ଦାବିରେ ହିମାଂଶୁଙ୍କ ସମର୍ଥକ ଜେନାପୁର ଥାନା ଆଗରେ ଧାରଣା ଦେଇଥିଲେ ।

ସେପଟେ ପ୍ରଣବ ଓ ତାଙ୍କ ସମର୍ଥକ ଡିଜି କ୍ୟାମ୍ପ ଅଫିସ୍ ଆଗରେ ଆନ୍ଦୋଳନରେ ବସିଥିଲେ । SDPO ଲକ୍ଷ୍ମୀଧର ସ୍ୱାଇଁଙ୍କ ବୁଝାସୁଝା ପରେ ଧାରଣା ପ୍ରତ୍ୟାହୃତ କରିଛନ୍ତି ବିଜେପି ସମର୍ଥକ ।

ଅଧିକ ପଢନ୍ତୁ