ମା’ ମୌସୁମୀ ଠାରୁ ଅଲଗା ହେଲେ ଦୁଇ ଛୁଆ ।ନନ୍ଦନକାନନରେ ଗତ ଶନିବାର ଧଳା ବାଘୁଣୀ ମୌସୁମୀ ଦ୍ୱିତୀୟ ଥର ମାଆ ହୋଇଥିଲା । ଗୋଟିଏ ଧଳା ଅଣ୍ଡିରା ଓ ଗୋଟିଏ ନାଲି ମାଇ ଶାବକ ଜନ୍ମ ଦେଇଥିଲା । ଜନ୍ମ ଦେବା ପରେ ଦୁଇ ଶାବକଙ୍କୁ ମାଆ ଠିକରେ ଲାଳନ ପାଳନ କରୁଥିଲା କିନ୍ତୁ ହଠାତ ଦୁଇ ଶାବକଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିବା ସିସିଟିଭିରେ ଦେଖାଯାଇଥିଲା । ମାଆ ମଧ୍ୟ ତାକୁ କ୍ଷୀର ପାନ କରାଇନଥିଲା ।ଶାବକଙ୍କ ସୁରକ୍ଷା ଦୃଷ୍ଟିରୁ କର୍ତ୍ତୁପକ୍ଷ ମାଆ ଠାରୁ ଦୁଇ ଶାବକଙ୍କୁ ଅଲଗା କରି ପ୍ରାଣୀ ଚିକିତ୍ସାଳୟର ଶିସୁ ଲାଳନ ପାଳନ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା। ଶାବକଟି ଅସୁସ୍ଥ ଥିବାରୁ ତାକୁ ଇନକ୍ୟୁବେଟରରେ ରଖାଯାଇ ତା ଉପରେ ନଜର ରଖାଯାଇଛି । ଧଳା ଅଣ୍ଡିରା ଶାବକର ଓଜନ ୬୫୦ ଗ୍ରାମ ରହିଛି । ସେପଟେ ମାଇ ଶାବକ ସୁସ୍ଥ ରହିଛି । ନନ୍ଦନକାନନ କର୍ତ୍ତୃପକ୍ଷ ଉଭୟ ଶାବକଙ୍କୁ ନିକଟରୁ ପର୍ଯ୍ୟବେକ୍ଷଣ କରୁଛନ୍ତି ।
