ଧାନ ଉଠା ପ୍ରସଙ୍ଗରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଛନ୍ତି ଯେ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ଏବେ ଯାଏଁ ୬ଟି ଜିଲ୍ଲାର ରିପୋର୍ଟ ଆସିଛି । ଏଯାବତ ୧,୨.୪୩୯ ମେଟ୍ରିକ୍ ଟନ୍ ଧାନ କିଣା ସରିଛି । ଟୋକନ୍ ସମସ୍ୟା ଦୂର କରିବାକୁ ସରକାର ଚେଷ୍ଟା କରୁଛନ୍ତି । ସମସ୍ତଙ୍କ ଧାନ କିଣା ଯିବ କେହି ଅସୁବିଧାରେ ପଡିବେନି । ସରକାର ଚାଷୀଙ୍କଠାରୁ ନିର୍ଦ୍ଧାରିତ ଧନ ଉଠାଇବେ । ଟୋକେନ ପାଇନଥିବା ଚାଷୀଙ୍କୁ ଟୋକେନ ଦେବାକୁ ନିର୍ଦ୍ଦେଶ । ଟୋକେନ ବାଦ ଧାନ ବଳିଲେ ଖୋଲା ବଜାରରେ ବିକି ଦିଅନ୍ତୁ ଚାଷୀ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ବରଗଡ଼ରେ ସର୍ବାଧିକ ୫୩ ହଜାର ୮୩୮ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ସେହିଭଳି ବଲାଙ୍ଗୀର ୯୬ ହଜାର, କଳାହାଣ୍ଡି ୭ ହଜାର ୩୮୭, ନୂଆପଡ଼ା ୩ ହଜାର ୮୪୭ ମେଟ୍ରିକ୍ ଟନ୍, ସମ୍ବଲପୁର ୬୦ ହଜାର ୨୫୬ ମେଟ୍ରିକ୍ ଟନ୍ ଏବଂ ସୁବର୍ଣ୍ଣପୁରରେ୧୫ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି ।
