ଧାନ ବିକ୍ରି ପାଇଁ ଜାଲିଆତି କରିଥିବା ଚାଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଧାନ ବିକ୍ରି ପାଇଁ ଜାଲିଆତି କରି ପଞ୍ଜିକରଣ କରିଥିବା ଚାଷୀଙ୍କ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ଯେଉଁମାନେ ନିଜ ଜମି ବଦଳରେ ରାସ୍ତା, ଗୋଚର ଜମି, ଶ୍ମଶାନ ଓ ସରକାରୀ ଜମିକୁ ଦେଖାଇ ପଞ୍ଜିକରଣ କରିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ ଖୁବ୍ ଶୀଘ୍ର ଚିଠି କରିବ ଯୋଗାଣ ବିଭାଗ । ଏହା କହିଛନ୍ତି ଯୋଗାଣ ମନ୍ତ୍ରୀ କୃ୍ଷ୍ଣ ଚନ୍ଦ୍ର ପାତ୍ର । ବର୍ତ୍ତମାନ ସୁଦ୍ଧାରେ ରାଜ୍ୟରେ ଚଳିତ ଖରିଫ ଧାନ ବିକ୍ରି ପାଇଁ ସର୍ବାଧିକ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି। ହେଲେ ଏ ଭିତରେ ସରକାରଙ୍କ ହାତରେ ଲାଗିଛି ଜାଲିଆତିର ଲମ୍ବା ତାଲିକା । ଏଥିରେ କେବଳ ଚାଷୀ ସମ୍ପୃକ୍ତ ନାହାନ୍ତି, କିଛି ସମବାୟ ଅଧିକାରୀ ମଧ୍ୟ ସାମିଲ ଥିବା ଜଣା ପଡିଛି। ତେଣୁ ଏ ସବୁର ଫିଜିକାଲ ଭେରିଫିକେସନ କରି ଜାଲିଆତିରେ ସମ୍ପୃକ୍ତ ଥିବା ଚାଷୀ ଓ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ସେପଟେ ସରକାରଙ୍କର ଏପରି ପଦକ୍ଷପକୁ ସ୍ବାଗତ କରିଛନ୍ତି ଚାଷୀ ନେତା ।

ଅଧିକ ପଢନ୍ତୁ