ଧୂମ୍ରପାନ ତାଲିକାରେ ସମୋସା, ଜିଲାପୀ ଓ ଲଡ଼ୁ ?ଏଣିକି ସ୍ୱାସ୍ଥ୍ୟ ଚେତାବନୀ ସହ ମିଳିବ ଲୋକପ୍ରିୟ ଖାଦ୍ୟ

AIIMS ନାଗପୁରର ଅଧିକାରୀମାନେ ଏହି ନିର୍ଦ୍ଦେଶକୁ ନିଶ୍ଚିତ କରିଛନ୍ତି । ଏବେ କାଫେଟେରିଆ ଏବଂ ସାର୍ବଜନୀନ ସ୍ଥାନରେ ଏପରି ଚେତାବନୀ ବୋର୍ଡ ଲଗାଯିବ। କେବଳ ସମୋସା, ଜଲେବି ନୁହେଁ ବରଂ ଲଡୁ, ବଡା ପାୱ ଓ ପକୋଡ଼ା ମଧ୍ୟ ଯାଞ୍ଚ ଅଧୀନରେ ରହିବ। କାର୍ଡିଓଲୋଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆର ନାଗପୁର ଶାଖାର ସଭାପତି ଡକ୍ଟର ଅମର ଆମଲେ କହିଛନ୍ତି। ଏହା ଏପରି ଏକ ଯୁଗର ଆରମ୍ଭ ଯେତେବେଳେ ଖାଦ୍ୟ ଲେବଲ୍ ସିଗାରେଟ୍ ଚେତାବନୀ ପରି ଗମ୍ଭୀର ହେବ । ଚିନି ଓ ଟ୍ରାନ୍ସ ଫ୍ୟାଟ୍ ଏବେ ନୂତନ ତମାଖୁ। ଲୋକମାନେ କ’ଣ ଖାଉଛନ୍ତି ତାହା ଜାଣିବାର ଅଧିକାର ଅଛି।ସରକାରୀ ଆଭ୍ୟନ୍ତରୀଣ ନୋଟ୍‌ ଦେଶରେ ବଢୁଥିବା ମୋଟାପଣ ସମସ୍ୟାକୁ ଗୁରୁତର ଭାବେ ଚିହ୍ନଟ କରିଛି। ୨୦୫୦ ସୁଦ୍ଧା ଭାରତରେ ୪୪.୯ କୋଟିରୁ ଅଧିକ ଲୋକ ଓଜନାଧିକ ବା ମୋଟାପଣର ଶିକାର ହେବେ ବୋଲି ଅନୁମାନ କରାଯାଇଛି, ଯାହା ଆମେରିକା ପରେ ଭାରତକୁ ଦ୍ୱିତୀୟ ସ୍ଥାନରେ ରଖିବ। ବରିଷ୍ଠ ମଧୁମେହ ବିଶେଷଜ୍ଞ ଡାକ୍ତର ସୁନୀଲ ଗୁପ୍ତା କହିଛନ୍ତି, ‘ଏହା ଖାଦ୍ୟ ଉପରେ ନିଷେଧ କରିବାର ବିଷୟ ନୁହେଁ। କିନ୍ତୁ ଯଦି ଲୋକମାନେ ଜାଣନ୍ତି ଯେ ଗୋଟିଏ ଗୁଲାବ ଜାମୁନରେ ପାଞ୍ଚ ଚାମଚ ଚିନି ଥାଏ । ତେବେ ସେମାନେ ହୁଏତ ଦୁଇଥର ଭାବିବେ। ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ପଦକ୍ଷେପ ମଧୁମେହ, ହୃଦରୋଗ ଏବଂ ଉଚ୍ଚ ରକ୍ତଚାପ ଭଳି ଅଣ-ସଂକ୍ରାମକ ରୋଗ ବିରୁଦ୍ଧରେ ଏକ ବୃହତ ଅଭିଯାନର ଅଂଶ। ଯାହା ସିଧାସଳଖ ଖାଦ୍ୟ ଅଭ୍ୟାସ ସହିତ ଜଡିତ।

ଅଧିକ ପଢନ୍ତୁ

Odisha Darpan Digital