ଧ୍ୱଂସ ହେଲା ଇରାନର ‘ଖାର୍ଗ ଦ୍ୱୀପ’ – ଡୋନାଲ୍ଡ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ନିର୍ଦ୍ଦେଶରେ ଆମେରିକୀୟ ସେନା ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପ (Kharg Island) ଉପରେ ଏକ ଭୟଙ୍କର ବୋମା ମାଡ଼ କରିଛି। ଏହି ଆକ୍ରମଣରେ ସେଠାରେ ଥିବା ସମସ୍ତ ସାମରିକ ଘାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହା ଇରାନର ୯୦% ତୈଳ ରପ୍ତାନି ପାଇଁ ଏକ ଟର୍ମିନାଲ ଭାବରେ କାର୍ଯ୍ୟ କରିଥାଏ ।ଇରାନ କହିଛି, ଆମର ତୈଳ ଏବଂ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣର ଜବାବରେ ଆମେରିକୀୟ ତୈଳ ଏବଂ ଶକ୍ତି ଭିତ୍ତିଭୂମିକୁ ବୋମା ମାଡ଼ କରି ପାଉଁଶ କରି ଦିଆଯିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି,ମଧ୍ୟପ୍ରାଚ୍ୟକୁ ଜୟ କରିବା ଏବଂ ଇସ୍ରାଏଲକୁ ଧ୍ୱଂସ କରିବା ପାଇଁ ଇରାନର ଯୋଜନା ଏବେ ଶେଷ ହୋଇଛି। ଟ୍ରୁଥ୍ ସୋସିଆଲରେ ଟ୍ରମ୍ପ ଲେଖିଛନ୍ତି, ମୁଁ ଦ୍ୱୀପର ତୈଳ ଭିତ୍ତିଭୂମିକୁ ନଷ୍ଟ ନକରିବାକୁ ନିଷ୍ପତ୍ତି ନେଇଛି। ତଥାପି, ଯଦି ଇରାନ କିମ୍ବା ଅନ୍ୟ କେହି ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜଗୁଡ଼ିକର ନିରାପଦ ଏବଂ ଅବାଧ ପଥକୁ ବାଧା ଦିଅନ୍ତି, ତେବେ ମୁଁ ତୁରନ୍ତ ମୋର ନିଷ୍ପତ୍ତିର ପୁନର୍ବିଚାର କରିବି। ଇରାନ ପାଖରେ କେବେ ବି ପରମାଣୁ ଅସ୍ତ୍ର ରହିବ ନାହିଁ କିମ୍ବା ସେ ବିଶ୍ୱ ପାଇଁ ବିପଦ ସାଜିପାରିବ ନାହିଁ।ଟ୍ରମ୍ପ ଇରାନ ସେନାକୁ କହିଛନ୍ତି ଯେ, ସେମାନେ ନିଜର ଅସ୍ତ୍ରଶସ୍ତ୍ର ଛାଡ଼ି ଦିଅନ୍ତୁ ଏବଂ ନିଜ ଦେଶକୁ ବଞ୍ଚାନ୍ତୁ, କାରଣ ଏବେ ଇରାନ ପାଖରେ ବଞ୍ଚାଇବାକୁ ଆଉ କିଛି ବାକି ନାହିଁ।

ଅଧିକ ପଢନ୍ତୁ