୨୪ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟରରେ ଯୁବକ ଯୁଦ୍ଧାର ହୋଇଛନ୍ତି। ମାଲକାନଗିରି ଜିଲ୍ଲା କତାମାଟେରୁ ନିକଟ ସବେରୀ ନଦୀରେ ଯୁବକ ଜଣକ ଫସିଥିଲେ । ୨୪ ଘଣ୍ଟା ଧରି ମଝି ନଈରେ ଥିଲେ। ଆଜି ସକାଳୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ନଦୀରେ ପ୍ରଖର ସ୍ରୋତ ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ଶେଷରେ ହେଲିକପ୍ଟର ଯୋଗେ ଯୁବକଙ୍କୁ ଉଦ୍ଧାର କରାଯାଇଛି ।ଗତ କିଛି ଦିନ ହେଲା ସମଗ୍ର ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ବିଶେଷ କରି କୋରାପୁଟ ଓ ମାଲକାନଗିରିରେ ଅତି ପ୍ରବଳ ବର୍ଷା ହେଉଥିବାରୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସୂଚନାମୁତାବକ ଗତକାଲି କତାମୋଟେରୁ ଗାଁ ଇର୍ମା ସୋଡି ଏକ ଦେଶୀ ଡଙ୍ଗା ନେଇ ଛତିଶଗଡ ସୁକମା ଜିଲ୍ଲାର ଏକ ଗାଁକୁ ଯାଇଥିଲେ । ଫେରିବା ସମୟରେ ସ୍ରୋତ ବଢିବାରୁ ଭାରସାମ୍ୟ ହରାଇ ଡଙ୍ଗା ବୁଡିଯାଇଥିଲା । ପରେ ଯୁବକ ଜଣକ ଏକ ଗଛ ଡାଳକୁ ଧରି ରହିଥିଲେ । ପରେ ଏକ ପଥର ଉପରେ ଛିଡା ହୋଇଥିଲେ ।
