ନକ୍ସଲଙ୍କୁ ଝଟକା: ବିପୁଳ ପରିମାଣର IED ଉଦ୍ଧାର

ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଅବୁଝାମାଡ଼ ଜଙ୍ଗଲରେ ପୁଣି ନକ୍ସଲଙ୍କୁ ଝଟକା । ଅବୁଝମାଡ଼ର ଜଙ୍ଗଲରେ ସୁରକ୍ଷା ବାହିନୀର ନକ୍ସଲ ବିରୋଧୀ ଅଭିଯାନ ଜାରି ରହିଛି। ସେପ୍ଟେମ୍ବର ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଏକ ସନ୍ଧାନ ଅଭିଯାନ ଏବଂ ଡି-ମାଇନିଂ ଅଭିଯାନ କରାଯାଇଥିଲା। ଏହି ଅଭିଯାନ ଏକ ବଡ଼ ନକ୍ସଲ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି। ଅବୁଝାମାଡ଼ ଅଞ୍ଚଳ ଅନ୍ତର୍ଗତ କୋଡଲିଆର ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ନକ୍ସଲ ପୋଷାକ ଏବଂ ଅନ୍ୟ ମାଓ ସାମଗ୍ରୀକୁ ଯବାନ ଉଦ୍ଧାର କରିଛନ୍ତି।ସୁରକ୍ଷା ବାହିନୀ ପାଞ୍ଚଟି ନକ୍ସଲ କୁକର ବୋମା ଉଦ୍ଧାର କରିଛି, ଯେଉଁଥିରେ ଆଇଇଡି ଲଗାଯାଇଥିଲା।

ଅଧିକ ପଢନ୍ତୁ

Odisha Darpan Digital