ନକ୍ସଲ ପ୍ରବଣ ରାୟଗଡ଼ାରେ ଜିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ କଡା ସୁରକ୍ଷା ମଧ୍ୟରେ ପାଳିତ ହୋଇଯାଇଛି।

ନକ୍ସଲ ପ୍ରବଣ ରାୟଗଡ଼ାରେ ଜିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ କଡା ସୁରକ୍ଷା ମଧ୍ୟରେ ପାଳିତ ହୋଇଯାଇଛି। ରାୟଗଡା ସ୍ଥିତ ଜି.ସି.ଡ଼ି ପଡିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସରେ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ମୂଖ୍ୟ ଅତିଥି ରୂପେ ଯୋଗଦେଇ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଛନ୍ତି। ଆୟୋଜିତ ପେରେଡରେ ପୋଲିସ, ଏନସିସି ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର 36ଟି ଦଳ ଅଂଶଗ୍ରହଣ କରିଥିଲେ। ଦେଶ ସ୍ବାଧୀନ ତାର ୭୮ ବର୍ଷ ପାଳନ ଅବସରରେ ମନ୍ତ୍ରୀ ଉଦ୍ବୋଧନ ଦେଇ ସ୍ବାଧୀନତା ସଂଗ୍ରାମରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଂଗ୍ରାମୀ ମାନଙ୍କର ବଳିଦାନ ସ୍ମରଣୀୟ ଓ ରାୟଗଡ଼ା ରେ ରେଳ ଡ଼ିଭିଜନ ସହ ଥେରୁବାଲି ଗୁଣୁପୁର ନୂତନ ରେଳପଥ ନିର୍ମାଣ ଜିଲ୍ଳାର ଉନ୍ନତି ପଥକୁ ଆଗେଇବ ବୋଲି ସେ କହିଥିଲେ। ଏପରିକି 2036 ବେଳକୁ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଥିବ ବୋଲି ମନ୍ତୀ ଦୃଢ଼କ୍ତି ପ୍ରକାଶ କରିଛନ୍ତି।

ରାୟଗଡ଼ା ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ଛାତ୍ର ଛାତ୍ରୀ, ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ରାୟଗଡ଼ା ଜିଲ୍ଲାପାଳ ପାରୁଳୁ ପାଟୱାରୀ, ଆରକ୍ଷୀ ଅଧିକ୍ଷକ ହାରିଶି ବିଶି,ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଉର୍ଣ୍ଣୟନ ଅଧିକାରୀ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପାତ୍ର, ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଧେଶକ ବସନ୍ତ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥି ଶିଳ୍ପ ମନ୍ତ୍ରୀ ରାୟଗଡା ମୁଖ୍ୟ ଡାକ୍ତରଖାନା ଯାଇ ରୋଗୀଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରିଥିବା ବେଳେ ସ୍ଥାନୀୟ ବୃଦ୍ଧାଶ୍ରମ, ସେବା ସମାଜ ଗସ୍ତ କରି ଅନେବାସୀଙ୍କୁ ମିଷ୍ଠାନ୍ନ ବଣ୍ଟନ କରିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital