ନଡ଼ିଆ ତେଲ ନାଁରେ ବିକୁଥିଲେ ପୋଡା ତେଲ

ଅସଲି ବ୍ରାଣ୍ଡ ଭଳି ଦିଶୁଥିବା ବୋତଲରେ ନକଲି ଅପମିଶ୍ରିତ ତେଲ। ବାହାରକୁ ଦେଖିଲେ ଲାଗୁଛି ଏକ ବ୍ରାଣ୍ଡେଡ୍ କମ୍ପାନୀର ନଡ଼ିଆ ତେଲ ଡବା। ଏପରି ଅପମିଶ୍ରିତ ତେଲ ସୃଷ୍ଟି କରୁଥିବା ଅଭିଯୋଗରେ ପୁଲିସ୍‌ ପ୍ରସ୍ତୁତକର୍ତ୍ତା ବାପପୁଅଙ୍କୁ ଗିରଫ କରିଛି। ଏଥିସହ କମ୍ପାନୀକୁ ସିଜ୍‌ କରିଛି। ବ୍ରହ୍ମପୁର ଶାସ୍ତ୍ରୀନଗର ଫୋର୍ଥ୍ ଲେନରେ ଚାଲୁଥିଲା ଏହ କାରଖାନା। ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ଧରି ଏଭଳି ବେଆଇନ କାରବାର ଜାରି ରହିଥିଲା ଏଠାରେ। ପ୍ରସ୍ତୁତକର୍ତ୍ତା ଶାଲିମାର ନଡିଆ ତେଲ ଆଣି ସେଥିରେ ଲିକ୍ୱିଡ ପାରାଫିନ ଓ ଅନ୍ୟାନ୍ୟ ପୋଡା ତେଲ ମିଶାଇ ପ୍ରସ୍ତୁତ କରୁଥିଲେ ଏହି ନଡ଼ିଆ ତେଲ। ଯେପରିକି କେହି ଏହା ଉପରେ ସନ୍ଦେହ ନ କରିବେ ସେଥିନିମନ୍ତେ କେବଳ ବାସନା ପାଇଁ ଶଲିମାର୍ ନଡ଼ିଆ ତେଲ ମିଶା ଯାଉଥିବା ଏହାର ପ୍ରସ୍ତୁତକର୍ତ୍ତା କହିଛନ୍ତି।ଶାଲିମାର କମ୍ପାନୀ ପକ୍ଷରୁ ଜାଣିବାପରେ ତାଙ୍କ ଲିଗାଲ ଟିମ୍ ପକ୍ଷରୁ ବଡ ବଜାର ଥାନାରେ ଅଭିଯୋଗ ଦିଆଯାଇଥିଲା। ପରେ ପୁଲିସ ସନ୍ଧାନ କରି ଶାସ୍ତ୍ରୀ ନଗର 4ର୍ଥ ଲାଇନ୍‌ରେ ଥିବା ଏହି ନକଲି ନଡ଼ିଆ ତେଲ କମ୍ପାନୀ ଉପରେ ଚଢ଼ାଉ କରିଛି। ବ୍ରାଣ୍ଡ, ଟ୍ରେଡ୍ ମାର୍କ, ଅକ୍ଷର ସହ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିବା ସହ ମାଲିକ ରଞ୍ଜନ ପାତ୍ର ଏବଂ ତାଙ୍କ ପୁଅକୁ ପୋଲିସ ଧରି ଖୋଳତାଡ଼ କରୁଛି।

ଅଧିକ ପଢନ୍ତୁ