ନୂଆଗାଁ: ଜନ୍ମାଷ୍ଟମୀ ରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ସାରା ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥିବା ବେଳେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ସଦର ମହକୁମା ଉଠାଣି ସାହିରେ ଜନ୍ମାଷ୍ଟମୀ ସହ ନନ୍ଦ ଉତ୍ସବ ପାଳନ ଏକ ନିଆରା ପରିଚୟ ସୃଷ୍ଟି କରିପାରିଛି। ଗୋପପୁର ନନ୍ଦ ଘରେ ଉଛବ ପାଳନ ହେଲାପରି ଏଠାରେ ଗୋପପୁର ର ଭ୍ରମ ସୃଷ୍ଟି କଲାପରି ମନେ ହେଉଥିଲା। ଉଠାଣୀ ସାହି ଓ ଯୁବକ ସଂଘ ମିଳିତ ଆନୁକୁଲ୍ୟରେ ବହୁ ଆଡ଼ମ୍ବରେ ପାଳନ ହୋଇଥିଲା। ବାବା ରାମେଶ୍ବର ଠାକୁରଙ୍କ ପ୍ରାଗଣରୁ ଯୁବକ ସଂଘର ସଦସ୍ୟ ମାନେ ବିଭିନ୍ନ ବେଶ ଭୂଷରେ ନନ୍ଦ,ନନ୍ଦରାଣୀ, ଶ୍ରୀକୃଷ୍ଣ,ବାଘ,ଭାଲୁ,ଗଉଡ ଗୌଡୁଣି,ବୁଢ଼ା ,ବୁଢିଆଣୀ ଶବର ଶବରୁଣୀ ରୂପରେ ସଜ୍ଜିତ ହୋଇ ବାଜା, ବାଣ ରୋଷଣୀ କରି ନୂଆଗାଁ ମେଡିକାଲ ପର୍ଯ୍ୟନ୍ତ ଯାଇଥିଲେ। ଶତାଧିକ ଜନ ଗହଳି ସାଙ୍ଗରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା , ନୂଆଗାଁ ବ୍ଳକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଓ ସମାଜ ସେବୀ ଶଙ୍କର୍ଷଣ ବେହେରା,ନୂଆଗାଁ ବିଜେଡି ସଭାପତି ପ୍ରକାଶ କୁମାର ନାୟକ ,, ୧୭ ନମ୍ୱର ଜୋନ ଜିଲ୍ଲା ପରିଷଦ ପ୍ରତିନିଧି ଦିଲ୍ଲିପ କୁମାର ଦଳ ବେହେରା,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା , ବରିଷ୍ଠ ବିଜେଡି ସଂଗଠକ ଗୋଲଖ ବିହାରୀ ଗୋଚ୍ଛାୟତ,ରମେଶ ଚନ୍ଦ୍ର ପ୍ରଧାନ,ନୂଆଗାଁ ପୂର୍ବତନ ସରପଞ୍ଚ ଗଜେନ୍ଦ୍ର ପ୍ରଧାନ, ହାଲୁ ପ୍ରଧାନଆଜି ଏହି ଉତ୍ସବରେ ଯୋଗ ଦେଇଥିଲେ। ଏଭଳି ଏକ ଉତ୍ସବ ର ଅୟୋଜନ କରିଥିବା ସାହିବାସି ଓ ଯୁବକ ସଂଘକୁ ଶ୍ରୀ ବେହେରା ଭୂୟସୀ ପ୍ରଶଂସା କରିଥିଲେ। କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ସେହିପରି ନୂଆଗାଁ ଗ୍ରାମରେ ମଧ୍ୟ ନନ୍ଦ ଉତ୍ସବ ମହା ସମାହାରରେ ପାଳିତ ହୋଇ ଯାଇଛି l
